ରାୟଗଡ଼,୩/୮(ଶିବନାରାୟଣ ଗୌଡ଼): ରାୟଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆମ ଖଟି ସାହିତ୍ୟ ବୈଠକୀ’ର ଡିଜିଟାଲ୍ ଭେଟାଭେଟି କାର୍ଯ୍ୟକ୍ରମ ‘ପଲ୍ଲବାୟନ’ର ତୃତୀୟ ପଲ୍ଲବ ଅନୁଷ୍ଠିତ ହୋଇଯାଇଛି। ଆବାହକ ଆଶୁତୋଷ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡିଆ ଭାଷା ପରିଷଦର ସଦସ୍ୟ ସୁଶାନ୍ତ କୁମାର ନାୟକ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ମନୋନୀତ ହୋଇଥିବା ବରିଷ୍ଠ ସାହିତ୍ୟିକ ଡମ୍ବରୁଧର ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
କବିତା ଆସରରେ ଆମନ୍ତ୍ରିତ କବି ଭାବେ ଡ. ନରେନ୍ଦ୍ର ମିଶ୍ର, ଡମ୍ବରୁଧର ପଟ୍ଟନାୟକ, ଡ. ଲକ୍ଷ୍ମୀ ନାରାୟଣ ଦାଶ, ସୁଧାକର ପାତ୍ର, ଦୁର୍ଗାପ୍ରସାଦ ଶତପଥୀ, ରମେଶ ଚନ୍ଦ୍ର ଟାକିରି, ନିରଞ୍ଜନ ନାୟକ, ତ୍ରିବେଣୀ ମିଶ୍ର, ବିମଳଚାନ୍ଦ ପଟ୍ଟନାୟକ, କଲ୍ୟାଣୀ ସାସମଲ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କଳାହାଣ୍ଡି ଜିଲ୍ଲାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା ଓ ଉଦୀୟମାନ କବି ତଥା ଗାଳ୍ପିକ ଡିଲେଶ୍ବର ରଣା ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ।
‘ସମାଜ ହିତରେ ସାହିତ୍ୟ’ ଉକ୍ତିରେ ବିଶ୍ୱାସ ରଖି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ପ୍ଲାଜମା ଦାନକାରୀ ରୂପେ ମନୋନୀତ ହୋଇ ପ୍ଲାଜମା ଦାନ କରିଥିବା ବାଲେଶ୍ବରର ଯୁବ କବି ରଶ୍ମିରଞ୍ଜନ ବେହେରା ଏହି ଆସରରେ ଯୋଗ ଦେଇ ପ୍ଲାଜମା ଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ତାଙ୍କର ସ୍ବେଚ୍ଛାକୃତ ପ୍ଲାଜମା ଦାନ ପାଇଁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାୟଗଡ଼ାରୁ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ରବି ଶତପଥୀ, ଯୁଧିଷ୍ଠିର ଲେଙ୍କା, ଜ୍ୟୋତିପ୍ରକାଶ ଗିରି, ଶିବ ସୁନ୍ଦର ପାଣିଗ୍ରାହୀ, ବୁନା ପାଢୀ, ସସ୍ମିତା ମିଶ୍ର, ପଦ୍ମିନୀ ମିଶ୍ର, ଶୁଭ୍ରା ସନ୍ତୋଷି ଗୌଡ଼, ମହେଶ୍ବତା ପାଣିଗ୍ରାହୀ, ଗୁଣପୁରରୁ ଗାୟତ୍ରୀ ମିଶ୍ର, ପ୍ରଣବକଳ୍ପ ପଟ୍ଟନାୟକ, ରଜନୀରାଣୀ ମିଶ୍ର, ସୁନିତା ପାଢ଼ୀ, ପଦ୍ମପୁରରୁ ରାଧାମୋହନ ପାଣିଗ୍ରାହୀ, ସୁନୀତା ସାହୁ, ନୀଳମାଧବ ପାଣିଗ୍ରାହୀ, ରୂପେଶ କୁମାର ସାହୁ, କଳାହାଣ୍ଡିରୁ ସୁଧୀର କୁମାର ଧଙ୍ଗଡାମାଝୀ, ରିଙ୍କି ପ୍ରଧାନ, ପଞ୍ଚାନନ ଜାଲ, ମିନତୀ ପ୍ରଧାନ, ଯୁଧିଷ୍ଠିର ମୁଦୁଲି, ଅର୍ପିତା ରଣା, ଲିପ୍ସାମୟୀ ଦୁବେ, ଭୁବନେଶ୍ବରରୁ ସୁଜାତା ମହାପାତ୍ର, ରାକେଶ ସାହୁ ପ୍ରମୁଖ ଯୁବ ଓ ବରିଷ୍ଠ କବି ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଆମ ଖଟିର ଆବାହକ ଆଶୁତୋଷ ପାତ୍ର କବିତା ଆସରର ସଂଯୋଜନା ଦାୟିତ୍ବରେ ଥିବା ବେଳେ ଶେଷରେ ଶ୍ରୀଧର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।