କୋକସରା,୩/୮: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଳଗୁମା ପଞ୍ଚାୟତରେ ଆଜି ଦୁଇଜଣ କରୋନା ପଜିଟିଭ ଚି଼ହ୍ନଟ ହେବା ଯୋଗୁଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡାଳଗୁମା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟ୍ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଯଦୁମଣି ହଂସ । ଡାଳଗୁମା ଠାରୁ ଦୁଇ କିମି ପରିସୀମା ମଧ୍ୟରେ ଥିବା ସମସ୍ତ ଅଞ୍ଚଳ କୁ କଣ୍ଟନମେଣ୍ଟ ଜୋନ ଓ ଡାଳଗୁମା ଠାରୁ ଚାରି କିମି ସୀମା ମଧ୍ୟରେ ରେ ଥିବା ଛିଲପାମାଲ, ଚିତାମୁଣ୍ଡା, ଲଟାପଡା, ବାଙ୍କୀମୁଣ୍ଡା, ତେଣ୍ଡାପାଳି, ଗହନା ମୁଣ୍ଡା, ମୁସାପାଲି, ଝରିଆଗୁଡା ଗ୍ରାମକୁ ବୋଫର ଜୋନ ଭାବେ ଅଗଷ୍ଟ ୩ ଅପରାହ୍ନ ୪ଘଣ୍ଟା ଠାରୁ ଅଗଷ୍ଟ ୫ ଅପରାହ୍ନ ୪ଘଣ୍ଟା ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ।
ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ଭିତରକୁ ଆସିପାରିବେନି କିମ୍ବା ବାହାରକୁ ଯାଇପାରିବେନି । ତେଣୁ ସତର୍କତା ଏବଂ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି । ଡ଼ାକବାଜି ଯନ୍ତ୍ରରେ ଆଜି ପ୍ରଚାର କରି ଲୋକଙ୍କୁ ଅବଗତ କରାଯାଇଛି । ଏହି ସଟ୍ଡାଉନ ଯୋଗୁଁ ଆସନ୍ତା କାଲି ଡାଳଗୁମା ପଞ୍ଚାୟତର ସମସ୍ତ ଦୋକାନ ବଜାର ବନ୍ଦ ରହିବ । କିନ୍ତୁ ସଟଡାଉନରୁ ଜରୁରୀକାଳୀନ ସେବା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଔଷଧ ଦୋକାନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷେତ୍ରରେ ଏହି ନିୟମ କୋହଳ ରହିବ ବୋଲି ଜଣାପଡିଛି ।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta. In