ଧର୍ମଗଡ ବ୍ଲକ ଯାଦବ ସମିତି ବୈଠକ ( Visual News)

ଧର୍ମଗଡ,୨୨/୧: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାନବାହାଲୀ ଠାରେ ଧର୍ମଗଡ ବ୍ଲକ ଯାଦବ ସମିତିର ଏକ ସାଙ୍ଗଠୈନି ବୈଠକ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭା ରେ ନୂତନ କାର୍ଯ୍ୟକର୍ତା ଚୟନ ସହ ଯାଦବ ସମାଜ ର ଅର୍ଥନୈତିକ ପ୍ରଗତୀ, ଶିକ୍ଷା ଓ ସାମାଜିକ ରୀତି ନୀତି ଉପରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ପାରଂପାରିକ ବାଦ୍ୟନାଦ ସହ ରାବଣଗୁଡା ଠାରୁ ଛଞ୍ଚାନବାହାଲୀ ଆମ୍ବତୋଟା ମଞ୍ଚ ପର୍ଯ୍ୟନ୍ତ କଳଶ ସୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ଅଭ୍ୟର୍ଥନା କମିଟି ସଭାପତି ହରିଶଙ୍କର ବାଗ, ପୂର୍ବତନ ବ୍ଲକ ସଭାପତି ଧନୁ ଗୋପାଳ, ଚାରଗଡ଼ ସଭାପତି କେନ୍ଦୁ ରାମ ଯାଦବ, ଶିକ୍ଷାବୀତ ମୋଉସଧି ବାଗ, ଧନେଶ୍ୱର ଭାଟି, ଉକ୍କଳ ଯାଦବ ମହାସଭା ତଥା ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ କିର୍ତନ ନାଏକ, ଜିଲ୍ଲା ଯାଦବ କର୍ମଚାରୀ ସଂଘ ସଭାପତି ଲକ୍ଷ୍ମଣ ବଛା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଅନେକ ଯାଦବ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଧିତ କରାଯାଇଥିଲା । ନୂତନ ବ୍ଲକ ସଭାପତି ଭାବେ ଶଙ୍କର ଜୁଏଡ , ସଂପାଦକ ପତିରାମ ହଂସ, ବ୍ଲକ ଯୁବ ଯାଦବ ସଭାପତି ଭାବେ ଲବଣି ରାଉତ, ଯୁବ ସଂପାଦକ କାର୍ତିକ ଛତ୍ରୀଆ ଓ ଅନ୍ୟାନ୍ୟ କର୍ମକର୍ତା ମଧ୍ୟ ନିର୍ବାଚିତ ହୋଇଥିଲେ ।

Omkar Vasthu
Omkar Vasthu

ଧର୍ମଗଡରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.