ଯଦୁବଂଶୀ ମହାସମ୍ମେଳନ ଆୟୋଜିତ (Visual News)

Omkar Vasthu
Omkar Vasthu

ଯାଦବ ସଂସ୍କୃତି ବିଶ୍ବର ଅନ୍ୟତମ ପ୍ରାଚୀନ ସଂସ୍କୃତି

କଳାହାଣ୍ଡି,୨୧/୧: ଯାଦବ ସଂସ୍କୃତି ବିଶ୍ବର ଅନ୍ୟତମ ପ୍ରାଚୀନ ସଂସ୍କୃତି । ଯାଦବ ଏପରି ଏକ ଜାତି, ଯାହାଙ୍କର ଲିଖିତ ଇତିହାସ ରହିଛି । ବେଦଠାରୁ ଆରମ୍ଭ କରି ଅନେକ ପୁରାଣ ଯଦୁବଂଶକୁ ନେଇ ମୁଖରିତ ହୋଇଛନ୍ତି । ସମୟର ନିଷ୍ଠୁର ପଟ୍ଟ ପରିବର୍ତ୍ତନ ଯୋଗୁଁ ଏହି ବିଶାଳ ଯଦୁ ବଂଶଜ ମାନେ ନିଜର ଗୌରବୋଜ୍ଜଳ ଅତୀତକୁ ଭୁଲିବାକୁ ବସିଛନ୍ତି । ତେଣୁ ଯଦୁବଂଶ ଓ ଯାଦବମାନଙ୍କ ଅତୀତ ଗୌରବକୁ ପୁନଃ ସ୍ଥାପନ ଏହି ମହା ସମ୍ମେଳନର ମୁଖ୍ୟ ଲକ୍ଷ୍ୟ ବୋଲି ନର୍ଲା ବ୍ଲକ ଅନ୍ତର୍ଗତ ଅର୍ଜୁନ ଗାଁ ଠାରେ ଆୟେଜିତ ଯଦୁବଂଶୀ ମହା ସମ୍ମେଳନରେ ମତ ପ୍ରକାଶ ପାଇଛି ।

Pearl dental clinic
Near Ashish Medical Store, Bhawanipatna

ଅର୍ଜୁନ ଗାଁ ଯାଦବ ସମିତି ଓ ଯୁବ ଯାଦବ ସମିତି ଆନୁକୂଲ୍ୟରେ ଆୟୋଜିତ ଯଦୁବଂଶୀ ମହାସମ୍ମେଳନ-୨୦୧୯ରେ ସମ୍ମେଳନର ମୁଖ୍ୟ ସଂଯୋଜକ ସଞ୍ଜୟ ଧଙ୍ଗଡାମାଝୀ ଅଧ୍ୟକ୍ଷତା କରିଥିଲେ । ଧରନୀ ପୀଠରୁ ଏକ ଭବ୍ୟ ଶୋଭାଯାତ୍ରାରେ ମଶାଲ ଆସିବା ପରେ ସମ୍ମେଳନ ଆରମ୍ଭ ହୋଇ ଥିଲା ।

Udyog Nursery
Udyogi Nursery

ଏଥିରେ ମୁଖ୍ୟ ଅତିଥି ଭାବେ ପାନବେଡା ଡିଗ୍ରୀ କଲେଜ ଚନ୍ଦାହାଣ୍ଡିର ଅଧ୍ୟକ୍ଷ ଦ୍ବାରିକାନାଥ ବାଗ, ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ମୁଖ୍ୟ ବକ୍ତା ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ହରିଶଙ୍କର ବାଗ, ସମ୍ମାନିତ ଅତିଥି ଉତ୍କଳ ଯାଦବ ମହାସଭା ଉପ ସଭାପତି ଧନେଶ୍ବର ଭାଟି, ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନ୍ଦିଛୋଡ, ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ଇଲା ସେଲମା, ନର୍ଲା ବ୍ଲକ ଯାଦବ ସମିତି ପୂର୍ବତନ ସଭାପତି ହୃଷିକେଶ ଭୋଇ, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରି ତେଜି, ତ୍ରିଲୋଚନ ଗଉଡ, ଗୋପାଳ ଚନ୍ଦ୍ର ଭୋଇ ଓ ଇନ୍ଦ୍ରଜିତ ଗଉଡ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡାମାଝୀ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରୁନ୍ ପାୟାସିଂ, ସଞ୍ଜୟ ଧଙ୍ଗଡାମାଝୀ, ସୁନୀଲ ଧଙ୍ଗଡାମାଝୀ, ନରିନ୍ଦ୍ର ଗହୀର, ସୁଧୀର ଧଙ୍ଗଡାମାଝୀ, ଶିବମ ଧଙ୍ଗଡାମାଝୀ, କମ୍ବୁପାଣି ବାଗ, ଶିବ ହାତୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଲାଞ୍ଜିଗଡ ବ୍ଲକ ସଭାପତି ରଘୁବୀର ନାଗ, ଯୁବ ଯାଦବ ସଭାପତି ଡିଲେସ ନାଗ, ଜୁନାଗଡ ବ୍ଲକ ଯୁବ ଯାଦବ ସଭାପତି କାଶିନାଥ ଘି, ଯୁବ ବ୍ୟକ୍ତିତ୍ବ ପ୍ରତାପ ବାଗଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ସଭାପତି ଓ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଯାଦବ ସଂସ୍କୃତିର ପାରମ୍ପରିକ ବାଡି ଖେଳ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେଇଥିଲେ ଯଦୁବଂଶୀୟ ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.