ବରିଷ୍ଠ ସମାଜସେବୀ ଧନୁ ଧରୁଆଙ୍କ ପରଲୋକ

କଳାହାଣ୍ଡି:୨୨/୧: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ଅଞ୍ଚଳର ବରିଷ୍ଠ ସମାଜସେବୀ ଭାବରେ ପରିଚିତ ଧନୁ ଧରୁଆଙ୍କ ଗତ ସୋମବାର ଦିବା ୧୦ଘଣ୍ଟା ସମୟରେ ହୃଦଘାତରେ ପରଲୋକ ହୋଇ ଯାଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଜଙ୍ଗଲ ସୁରକ୍ଷା ଦିଗରେ ନିଜର ନିଷ୍ଠା ତଥା ନିସ୍ୱାର୍ଥପରତା ପାଇଁ ଓଡିଶା ସରକାର ତାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଥିବା ବେଲେ ସେ ସ୍ଥାନିୟ ଧବଳେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ସଂପାଦନ କରି ସମସ୍ତଙ୍କ ପ୍ରିୟଭାଜନ ହେଇପାରିଥିଲେ । ଏଥି ସହିତ ସେ ଗଣ୍ଡ ସଂପ୍ରଦାୟର ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ନିଜର ଉପସ୍ଥିତି ସହିତ ପରାମର୍ଶ ଅନ୍ୟମାନଙ୍କୁ ଉତ୍ସାହିତ କରୁଥିଲା । ସେ ଜଣେ ପୁରୁଖା ତଥା ଦକ୍ଷ ସଂଗଠକ ଭାବରେ ମୋହନଗିରୀ ଅଂଚଳରେ ନିଜର ସୁନାମ ଅର୍ଜନ କରିଥିଲେ ।  ତାଙ୍କର ମୃତ୍ୟୂରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଶୁକଦେବ ସାହୁ, ଗୋକୁଳ ବିଶ୍ୱାଳ, ବିଭୂତି ଭୂଷଣ ମହାଖୁଡ଼ ପ୍ରମୁଖ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।

Omkar Vasthu
Omkar Vasthu

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & views update

Udyog Nursery
Udyogi Nursery

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.