ଗ୍ୟାସ ସିଲିଣ୍ଡର ର ସଠିକ ବ୍ୟବହାର କୁ ନେଇ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମେନକା ଗାନ୍ଧୀ ଙ୍କ ଡିଜିଟାଲ ପରଦା ରେ ଉଦବୋଧନ
ନୂଆପଡା,୨୫/୧: ସ୍ଥାନୀୟ ପରକୋଡ଼ ଧନୁଯାତ୍ର ପଡିଆ ଠାରେ ବିଜେପି ନୂଆପଡା ଉଜ୍ୱଳା ସ୍ୱାଭିମାନ ଉତ୍ସବ ପାଳନ କରିଛି । ଗୁରୁବାର ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ତଥା ନୂଆପଡା ବିଧାୟକ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ । ରାଜ୍ୟ ନୋଡାଲ ଅଧିକରୀ ମହେଶ୍ୱର ସେଠିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାରଯ୍ୟକ୍ରମରେ ଲିଙ୍ଗରାଜ ଦଣ୍ଡସେନ, ଖେମଚାନ୍ଦ ରାଉତ, ଚତୁର୍ଭୁଜ ଶର୍ମା, ଅଭିନନ୍ଦନ ପଣ୍ଡା, ପୁଷ୍ପା ସାହୁ, ଯେମମଞ୍ଜୁରୀ ପାଣ୍ଡେ, ଡା ଦୀନେଶ ଚନ୍ଦ୍ରକାର, ଆନନ୍ଦ ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରି ଥିଲେ ତୁଳସୀ ପଟେଲ ।
ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଗାଁ ରୁ ହଜାରେରୁ ଉର୍ଦ୍ଧ ମହିଳା ଯୋଗଦାନ କରି ଥିଲେ । ରୋଷେଇ ଘରେ ମହିଳା ମାନେ କିପରି ଭାବରେ ଗ୍ୟାସ ସିଲିଣ୍ଡର ର ବ୍ୟବହାର ସୁଚାରୁ ରୂପେ କରିବେ ତା ପାଇଁ ଗ୍ୟାସ ଏଜେନ୍ସିରୁ ମନୀଷ କୁମାର ଜୈନ, ଆଭାସ ବିଶ୍ୱାଳ, ପୁରୁଷୋତ୍ତମ ଯାଦବ, ଧର୍ମେନ୍ଦ୍ର ସାହୁ ପ୍ରମୂଖ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଟିମ ଆସି ତାଲିମ ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ଏହି କାର୍ଯ୍ୟକ୍ରମ ଓଡିଶାର ୩୦ ଟି ଜିଲ୍ଲାରେ ଏକା ସାଙ୍ଗରେ ହେଉ ଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମେନକା ଗାନ୍ଧୀ ଡିଜିଟାଲ ପରଦା ରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ମହିଳାଙ୍କୁ ରୋଷେଇ ଘରେ ଧୂଆଁ ନ କରି ପରିବେଶ ପ୍ରଦୂଷଣ ରୁ ମୁକ୍ତ ରୁହନ୍ତୁ,ଯାହା ଫଳ ରେ ନିଜର ସ୍ୱାସ୍ଥ ଏବଂ ନିଜର ପରିବାର ର କଲ୍ୟାଣ ହେବ ବୋଲି ଉଦବୋଧନ ଦେଇଛନ୍ତି । ଆଦ୍ୟବଧି ଜିଲ୍ଲା ରେ ୮୮ ହଜାର ପରିବାରକୁ ଗ୍ୟାସ ସଂଯୋଗ ଦିଆ ହୋଇଛି ଜାଣି ଖୁସି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଦ୍ବୟ ଖୁସିବ୍ୟକ୍ତ କରିଛନ୍ତି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube