ଶାନ୍ତପୁର ଧନୂଯାତ୍ରା ମହୋତ୍ସବ

କ୍ଷୀର ସାଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା

ନାଚଗୀତରେ କମ୍ପୁଛି ମହାରାଜ କଂସଙ୍କ ରଙ୍ଗସଭା

ଲାଞିଗଡ଼,୨୫/୦୧: ମହର୍ଷି ନାରଦଙ୍କ କଥାରେ ପଡି ଭୁଲିଗଲେ ପିତା ପୁତ୍ରର ସମ୍ପର୍କ, ପିତା ଉଗ୍ରେସେନଙ୍କୁ ଗାଦୀଚ୍ୟୁତ କରି ସିଂହାସନ ଆରୋହଣ କରି  ଯୁବରାଜ କଂସରୁ ହୋଇଗଲେ ମହାରାଜା କଂସ । ବୃଦ୍ଧ ପିତାକଂ ମଥାରୁ ରାଜ ମୁକୁଟ କାଢି ନିଯୁକ୍ତ କଲେ ମଥୁରାର କଟୁଆଳ ଭାବରେ । ଦେବକୀ ଓ ବସୁଦେବଙ୍କ  ବିବାହ ପରେ ନଗର ପରିଭ୍ରମଣ ସମୟରେ ହଠାତ ନିୟତି ର ଶୂନ୍ୟବାଣୀରେ ମର୍ମାହତ ହେଇପଡିଛନ୍ତି ମହାରାଜ କଂସ। ବସୁଦେବ ଓ ଦେବକୀଙ୍କୁ ବନ୍ଦିକରି କାରାଗୃହ ମଧ୍ୟରେ ରଖି ତାଙ୍କ ଠାରୁ ଜନ୍ମିତ ଗୋଟିଏ ପରେ ଗୋଟିଏ ସାତଟି ସନ୍ତାନ କୁ ଦର୍ପଣ ଶିଳାରେ ହତ୍ୟା କରିଛନ୍ତି।

ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ରୂପେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣକରି ବସୁଦେବଙ୍କ ଦ୍ଵାରା ଗୋପପୁର ଯାତ୍ରା କରିଛନ୍ତି। ଗୋପପୁର ଠାରୁ ବିଜୁଳି କନ୍ୟାକୁ ସାଙ୍ଗରେ ଘେନି ପ୍ରତ୍ୟାବର୍ତ୍ତନ କରିଛନ୍ତି ବସୁଦେବ । ଅଷ୍ଟମ ଗର୍ଭ ସନ୍ତାନ ଭାବି ମହାରାଜ କଂସ ବିଜୁଳି କନ୍ୟାକୁ ଦର୍ପଣ ଶିଳାରେ ମାରିବା ସମୟରେ ପୁନଶ୍ଚ ଶୂନ୍ୟବାଣୀ ହେଲା ” ରେ ରେ କଂସ ତତେ ବଦ୍ଧିବ ଯିଏ ଗୋପେ ବଢୁଛି ସିଏ ” । ଏହି ଶୁନ୍ୟ ବାଣୀ ଶୁଣି ମହାରାଜ କଂସଙ୍କ ଚିନ୍ତା ଦ୍ବୀଗୁଣିତ ହୋଇଛି। ଫଳରେ ଗୋପପୁରକୁ ମହାମନ୍ତ୍ରୀ ଶକ୍ରାଜୀତ ସହିତ ପ୍ରେରଣ କରିଛନ୍ତି ପୁତନା ରାକ୍ଷାଷୀକୁ। ସେପଟେ କୃଷ୍ଣ ଜନ୍ମ ପରେ ଗୋପପୁର ହୋଇଉଠିଛି ଉତ୍ସବ ମୂଖର।

ମାୟାବୀନୀ ପୁତନା ଛଦ୍ମବେଶରେ ଶ୍ରୀକୃଷ୍ଣଙ୍କୁ ବିଷଭରା ସ୍ତନପାନ କରି ମାରିବା ପରିବର୍ତେ ନିଜେ ହୋଇଛି ନିଧନ।ନଟିଆ କୃଷ୍ଣ ସ୍ତନ ପାନ ଆଳରେ ଶୋଷିଲେ ପ୍ରାଣ।ପୁତନା ନିହତ ପରେ ମହାରାଜା କଂସ ଅତ୍ୟନ୍ତ ମର୍ମାହତ ହୋଇପଡି ଷଢମଲ୍ଲ ପ୍ରେରଣ କରିଛନ୍ତି ଗୋପପୁରକୁ। ଭାରାକ୍ରାନ୍ତ ମନରେ ନୂତନ ଆହ୍ଲାଦ ଭରିଦେବା ପାଇଁ ଆୟୋଜନ କରିଛନ୍ତି ରଙ୍ଗସଭା।ଲାସ୍ୟମୟୀ ନର୍ତ୍ତକୀଙ୍କ ନୃତ୍ୟରେ ବିଭୋର ହୋଇଉଠିଛନ୍ତି ମହାରାଜା କଂସ।

ପ୍ରବଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ଆଗେଇ ଚାଲିଛି ଶାନ୍ତପୁର ଧନୁଯାତ୍ରା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁରର ଠାରେ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଧନୁଯାତ୍ରାର ଉଦଘାଟନୀ ରଜନୀରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଶାନ୍ତପୁର  ସରପଂଚ ଟିକଧର ସାହୁ ଉପସ୍ଥିତ ଥିବାବେଳେ, ଧନୂଯାତ୍ରା ମହୋତ୍ସବର ସଭାପତି ପୁରନ୍ଦର ସାହୁ ସମସ୍ତ ଅତିଥି , ଜନସାଧାରଣ ଓ ଧନୁଯାତ୍ରାକୁ ଆସିଥିବା ଗୋପାଳ ପଣ୍ଡା ଓ ପାର୍ଟିର ସମସ୍ତ କଳାକାର ମାନଙ୍କୁ ସ୍ବାଗତ ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ତୃତୀୟ ରଜନୀରେ ମୁଖ୍ୟଅତିଥି ଓଡ଼ିଶା ପ୍ରଦେଶ ବିଜେପି କୃଷକ ମୋର୍ଛା ରାଜ୍ୟ ସଂଯୋଜକ ଅନିରୁଦ୍ଧ ପଧାନ , ସମ୍ମାନିତ ଅତିଥି ଭାବରେ ଓଡ଼ିଶାର ପଞ୍ଚମ୍ୟାନ ସତ୍ୟପୀର ପଧାନ, ବିଶ୍ବଭୂଷଣ ରଥ ପ୍ରମୁଖ ଯୋଗ ଦେଇଥିଲେ ।  ଚତୁର୍ଥ ସନ୍ଧ୍ୟା ର ମୂଖ୍ୟଅତିଥି ଯୁକ୍ତତିନି ସାଦ୍ଧ୍ୟା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଛବିଲାଲ ପଧାନ ଓ ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଟିକଧର ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ ନଅ ଦିନ ପର୍ଯ୍ୟନ୍ତ ଚାଲିଥିବା ସସ୍କୃତି ଓ ଧର୍ମ ର ମିଶ୍ରଣ ମହୋତ୍ସବ ର ମଞପରିଚାଳନା କରିବା ପାଇଁ ବିଶିଷ୍ଟ ମଂଚ ପରିଚାଳକ ଗୋପାଳ ଦାସ ମହାନନ୍ଦଙ୍କୁ ଧନୂଯାତ୍ରା ମହୋତ୍ସବ ର କମିଟି ଚୟନ କରିଛି।

ଲୋକଙ୍କ ଆକର୍ଷଣ ପାଇଁ ମୀନାବଜାର ଓ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ଗଣନାଟ୍ୟ ଦୁର୍ଗା ପୂଜା ପଡିଆରେ ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସମ୍ପାଦକ ମକ୍ରାମ ନାଏକ, ସର୍ଘଷ ପଣ୍ଡା, ତିଲକ ପ୍ରସାଦ ସାହୁ, ଦନାର ପାଢ଼ୀ, ମନୋଜ କୁମାର ସାହୁ, ପ୍ରଦୀପ ସା, ଅରୁଣ ସା, କେଦାର ସାହୁ ପ୍ରମୁଖ ଙ୍କୁ ଦାୟିତ୍ୱ ଦିଆଯାଇଥିବା କମିଟି ସଭାପତି ପୁରୁନ୍ଦର ସାହୁ ପ୍ରକାଶ କରିଛନ୍ତି। ପ୍ରବଳ ଥଣ୍ଡା ସତ୍ବେ ମଧ୍ୟ ହଜାର ହଜାର ଦର୍ଶକଙ୍କ ଭୀଡ଼ ଜମୁଛି।

Report by Gopal Das Mahanand odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.