ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଗ୍ରାମସଭା

କଳାହାଣ୍ଡି: ଲାଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ ଲାଞ୍ଜି ଗ୍ରାମପଂଚାୟତର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନ୍ତର୍ଗତ ସାମାଜିକ ସମୀକ୍ଷା ଗ୍ରାମସଭା ଲାଞ୍ଜି ଆମ୍ବତୋଟାଠାରେ ଅନୁଷ୍ଠିତ ହୋଇଯାଇଛି । ସରପଂଚ ବିଷ୍ଣୁ ଚରଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସମିତି ସଭ୍ୟା ଆରତି ଧଙ୍ଗଡାମାଝୀ, ୱାର୍ଡ୍ ସଭ୍ୟା ମଥୁରା ବିଭାର, ସଭ୍ୟ ରବି ମାଝୀ, ସମାଜସେବୀ ଭାଗିରଥି ଧଙ୍ଗଡାମାଝୀ ପ୍ରମୁଖ ମଂଚାସୀନ ଥିଲେ । ଗ୍ରାମସଭାରେ ମହିଲା ଓ ଶିଶୁ ବିକାଶ, ମଧ୍ୟାହ୍ନ ଭୋଜନ, ସାଧାରଣ ବଂଟନ ବ୍ୟବସ୍ଥା, ମମତା ଯୋଜନା ଉପରେ ଆଲୋଚନା ହୋଇଥିଲା । ସରକାରଙ୍କ ଯୋଜନାଗୁଡିକୁ ଠିକ୍ ଢଙ୍ଗରେ ସ୍ୱଚ୍ଛତା ଓ ଉତ୍ତରଦାୟୀତ୍ୱ ରଖିଲେ ଗ୍ରାମପଂଚାୟତର ସୁଧାର ଆସିବ ବୋଲି ମତାମତ ଦେଇଥିଲେ । ହିତାଧିକାରୀମାନଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ସରପଂଚ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଜଣାଇବା ପାଇଁ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚାରିଗୋଟି ବିଦ୍ୟାଳୟର ଶିକ୍ଷକ, ୨ ଜଣ ଆଶା ମଧ୍ୟ ଉପସ୍ଥିତ ଥିଲେ । ସ୍ପ୍ରେଡର ଅନ୍ତର୍ଯ୍ୟାମୀ ପଧାନ ଓ ସସ୍ମିତା ହରିଜନ ଆସିଥିବା ତଥ୍ୟକୁ ଉପସ୍ଥାପନ କରିଥିବା ବେଳେ ବ୍ଲକ୍ ସଂଯୋଜକ ଅରୁଣ ପ୍ରଧାନୀ ପରିଚାଳନାରେ ସହଯୋଗ କରିଥିଲେ । ରଘୁ ମାଝୀ, ରଘୁ ହରିଜନ, କୈଳାସ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମିତି ସଭ୍ୟା ଆରତି ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.