ରାୟଗଡା,୨୫/୧: ରାୟଗଡା ଜିଲ୍ଳା ସଦର ବ୍ଳକ କାର୍ଯ୍ୟାଳୟର ସଦଭାବନା ଗୃହ ପରିସରରେ ବ୍ଳକସ୍ତରୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଡିଓ ରାଜେନ୍ଦ୍ର ମାଝି,ଏବିଡିଓ ନୃସିଂହଚରଣ ପଟ୍ଟନାୟକ,ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ,ଉପାଧକ୍ଷା ମୀନତି ବାଚେଲି ଓ ସମସ୍ତ କର୍ମକର୍ତା ଯୋଗଦେଇ ଶପଥ ପାଠ କରିଥିଲେ । ରାୟଗଡ ସଦରରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ମତଦାତା ଦିବସ ଅବସରରେ ଶପଥ ପାଠ କରାଯାଇଥିଲା ।
ସ୍ୱତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in