ଅଗ୍ନି ବିପତ୍ତି: ଧାନ ଖଳାରେ ଲାଗିଲା ନିଆଁ, ୭୦ କ୍ୟୁଣ୍ଟାଲ ଧାନ ନଷ୍ଟ, କାରଣ ଅସ୍ପଷ୍ଟ

କଳାହାଣ୍ଡି/ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କଳାକୁପା ଗ୍ରାମର ତ୍ରିଲୋଚନ ଗୌଡ଼ଙ୍କ ଧାନ ଖଳାରେ ନିଆଁ ଲାଗି ଯିବା ଫଳରେ ୭୦ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ଧାନ ପୋଡି ପାଉଁଶ ହୋଇଯାଇଛି। ତ୍ରିଲୋଚନଙ୍କ ନିଜ ଘରଠାରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ତାଙ୍କର ଧାନ ଖଳା ରହିଛି। ତ୍ରିଲୋଚନ ଓ ପୁଅ ଅକୁର ଗଉଡ଼ ନିକଟସ୍ଥ ଅନ୍ୟ ଏକ ଖଳାରେ ବିରି ପିଟୁ ଥିବା ସମୟରେ ନିଜ ଖଳାରେ କୁପା ଯାଇଥିବା ଧାନରେ ନିଆଁ ଲାଗି ଯାଇଥିବା ଖବର ପାଇ ଦୌଡ଼ି ଆସିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିଆଁ ଲିଭାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।ପରେ ଗ୍ରାମର ଟେକୁରାମ ପାଣି, ରାଜଭୋଇ ମାଝୀ, ଦେବଗିରି ନାଏକ ଦୁଲଭ ଗଉଡ଼, ଦୁର୍ଯ୍ୟୋଧନ ନାଏକ ଓ ଗ୍ରାମର ୟୁଥ ମାନଙ୍କ ସହାୟତାରେ ଖଳାରୁ କିଛି ଧାନ ବସ୍ତା ଉଧାର କରାଯାଇଥିଲା।ଗାଁ ଲୋକେ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ନିକଟସ୍ଥ ରାୟଗଡା ଜିଲ୍ଲା କଲ୍ୟାଣିସିଂପୁର ଯାଇଥିବା ଜାଣି ଫୋନ କରିଥିଲେ।ସରପଞ୍ଚ ଶ୍ରୀ ମାଝୀ ଖବର ପାଇ କଲ୍ୟାଣିସିଂପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।ସୂଚନା ପାଇବା ମାତ୍ରେ ହାବିଲଦାର ବଳରାମ ବେହେରା ନିଜ ଟିମ୍ ସହିତ ୧୫ କିମି ଦୂର ଦମକଳ ନେଇ ଆସିବା ବେଳକୁ ଶତ ପ୍ରତିଶତ ଧାନ ପୋଢ଼ି ପାଉଁଶ ହୋଇଯାଇଥିଲା।ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ।

Udyog Nursery
Udyogi Nursery

ନିଆଁ କବଳରୁ ଆଖପାଖର ଖଳାରେ ଥିବା ଅନ୍ୟ ମାନଙ୍କ ଧାନ ଅଳ୍ପକେ ବର୍ତ୍ତି ଯାଇଥିଲା।କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।ଏହି ଗରିବ ଚାଷୀଙ୍କୁ ସରକାରଙ୍କ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.