ହାତୀ ଉପଦ୍ରବ: ଘର ଓ ବୋରୱଲ ଭାଙ୍ଗିଲେ ହାତୀପଲ, ଧାନ, ମାଣ୍ଡିଆ କଲେ ନଷ୍ଟ

୩୬ ଘଣ୍ଟା ଝୁଲି ରହିଲା ବିଦ୍ୟୁତ ତାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବନବିଭାଗ ଅନ୍ତର୍ଗତ କୁଟିଙ୍ଗ ପଦର ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲି ହାତୀ ଉପଦ୍ରବ।ରବିବାର ଓ ଗତ ସମବାର ରାତି ସାଢ଼େ ୧୧ ଟାରେ ନିକଟସ୍ଥ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ହାତୀ ଆସି କୁଟିଙ୍ଗ ପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ପରେ ଘର ନିକଟରେ ଥିବା ଧାନ ଖଳାରୁ ଗଦା ଯାଇଥିବା ଧାନକୁ ଖାଇ ଖଳାରେ ରଖିଥିବା ୧୭ ପକେଟ ଧାନ,୪ ପକେଟ ମାଣ୍ଡିଆ ଓ ଘର ପଛପଟେ ଥିବା ୫ ଏଚ୍ପି ବୋରେୱଲକୁ ମାଡି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ରବିବାର ରାତି ୧୧ଟାରେ ଏହି ଦୁଇ ଗୋଟି ହାତୀ ଗାଁକୁ ଆସି ରବିଙ୍କ ଘର ପଛପଟେ ଭୀଷଣ ଗର୍ଜ୍ଜନ କରିଥିଲେ।ପରେ ହାତୀ ଦୁଇ ଗୋଟି ଧାନ ଖଳାରୁ ଧାନ ଖାଇ ଘର ପଛପଟେ ଥିବା ୫ ଏଚ୍ପି ବୋରେୱଲର ବିଦ୍ୟୁତ ତାରକୁ ଟାଣି ଛିଣ୍ଡାଇ ଦେଇଥିଲେ।ଏନେଇ ରବି ଲାଞ୍ଜିଗଡ ବନ ବିଭାଗ ପାଖରେ ଅଭିଯୋଗ କରିଥିବା କହିଛନ୍ତି।କିନ୍ତୁ ବିଭାଗ ପକ୍ଷରୁ କେହି ଗାଁକୁ ଯାଇନଥିବା ବେଳେ ଛିଣ୍ଡିଥିବା ବିଦ୍ୟୁତ ତାର ସମବାର ଦିନ ତମାମ ଝୁଲି ରହିଥିବା ବେଳେ ବିଦ୍ୟୁତ ମଧ୍ୟ କଟାଯାଇନଥିଲା ବୋଲି ପ୍ରକାଶ କରିଛନ୍ତି ରବି।ପୁଣି ସମବାର ରାତି ସାଢେ ୧୧ ଟାରେ ଏହି ହାତୀ ଦୁଇ ଗୋଟି ଆସି ଭୀଷଣ ଗର୍ଜ୍ଜନ କରିଥିଲେ।ଏହି ସମୟରେ ଘରେ ରବିର ସ୍ତ୍ରୀ ସିଙ୍ଗାର ମାଝୀ, ପୁଅ ରମେଶ ମାଝୀ ଓ କରଣ ମାଝୀ,ସାନ ଝିଅ ଝରଣା ମାଝୀ ଶୋଇଥିବା ବେଳେ ହାତୀଙ୍କ ଗର୍ଜ୍ଜନ ଶୁଣି ଜୀବନ ବିକଳରେ ଭୟଭୀତ ହୋଇ ପଡ଼ିଥିଲେ। କିନ୍ତୁ ପ୍ରଥମେ ରବିଙ୍କ ଘରର କାନ୍ଥ ଭାଙ୍ଗି ହୋଲ କରି ବାଟିପଟ କବାଟକୁ ଠେଲୁ ଥିଲେ।ସେହି ସ୍ଥାନରେ ୫୦ ପକେଟ ରବିଙ୍କ ଧାନ ପକେଟ ଥିଲା।କିନ୍ତୁ ପରେ ଦାଣ୍ଡପଟ କଦଳୀ ଗଛକୁ ଭାଙ୍ଗିବା ପରେ ଧାନ ଖଳାକୁ ଯାଇ ପକେଟରେ ଥିବା ଧାନ ଓ ମାଣ୍ଡିଆକୁ ଖାଇ ନଷ୍ଟ କରି ଘର ପଛପଟ ଜମିରେ ଥିବା ୫ ଏଚ୍ପି ବୋରେୱଲକୁ ସମ୍ପୂର୍ଣ୍ଣ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବିଦ୍ୟୁତ କବଳରୁ ବର୍ତ୍ତି ଯାଇଥିଲେ।

Udyog Nursery
Udyogi Nursery

ଏହି ଘଟଣା ସମ୍ପର୍କରେ ଆଜି ରବି ଓ ତାର ବଡ ଭାଇ ପାତ୍ର ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିବା ପରେ ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରା, ଫରେଷ୍ଟ ଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା ଓ ବିଭାଗରେ ଥିବା ଏଲିଫେଣ୍ଟ ସ୍କୁଆଡ଼ ମାନେ ଗାଁକୁ ଯାଇ ତଦନ୍ତ କରିଥିବା ଜଣା ଯାଉଛି।ଏନେଇ ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରାଙ୍କୁ ପଚାରିବାରୁ ଆମେ ଦିନ ୧ ଘଣ୍ଟା ସମୟରେ ଗାଁକୁ ଯାଇ ତଦନ୍ତ କରିଛୁ।ହାତୀ ଘର କାନ୍ଥ ଭାଙ୍ଗି ଧାନ ଓ ମାଣ୍ଡିଆ କ୍ଷତି କରିବା ବେଳେ ବୋରେୱଲ ଭାଙ୍ଗି ନଷ୍ଟ କରିଛନ୍ତି।ଆଜି ବିଦ୍ୟୁତ ବିଭାଗକୁ ସେହି ଅଞ୍ଚଳ ବିଦ୍ୟୁତ କାଟିବା ପାଇଁ କହିବି ବୋଲି ପ୍ରକାଶ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.