ରାୟଗଡରେ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଦାବିରେ ଯୁବ ବିକାଶ ପରିଷଦ ପକ୍ଷରୁ ଅନଶନ

ରାୟଗଡ(ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ଯୋଗୁଁ ଜିଲ୍ଳାବାସୀଙ୍କ ଚିକିତ୍ସା ସମ୍ବନ୍ଧୀୟ କ୍ଷେତ୍ରରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ଏକ ମେଡିକଲ କଲେଜ ପ୍ରତିଷ୍ଠା ଦାବି ଉଦ୍ଦେଶ୍ୟରେ ସ୍ଥାନୀୟ ଆଇସିଡିଏସ ଛକ ଠାରେ ରାୟଗଡ ଯୁବ ବିକାଶ ପରିଷଦ ସଂଗଠନର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ୧୨ଘଂଟିଆ ଧାରଣା ଦିଆଯାଇଥିଲା ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏଥିପୂର୍ବରୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଡିସେମ୍ବର ୨୨ତାରିଖ ସୁଦ୍ଧା ପଦକ୍ଷେପ ଗ୍ରହଣ ନ କରାଗଲେ ଯୁବ ବିକାଶ ପରିଷଦ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି କୁହାଯାଇଥିଲା ।

ରାୟଗଡ ଜିଲ୍ଳା ଗଠନ ହୋଇ ଦୀର୍ଘ ୨୮ବର୍ଷ ବିତିଯାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ କୈାଣସି ଉନ୍ନତୀ ନ ଥିବାରୁ ଜିଲ୍ଳାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସହ ପଡୋଶୀ ଆନ୍ଧ୍ର ଉପରେ ନିର୍ଭର କରି ଅନେକ ଖର୍ଚ୍ଚାନ୍ତ ହେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଳା ରାୟଗଡରେ ଲୋକଙ୍କ ଆର୍ଥିକ ସ୍ୱଚ୍ଛଳ ନ ଥିବାରୁ ଉଚ୍ଚ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଜିଲ୍ଳାରେ ଏକ ମେଡିକଲ କଲେଜ ଏବଂ ଗୋଟିଏ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲର ଆବଶ୍ୟକତା ରହିଛି ବୋଲି ସଭାପତି ଶ୍ରୀ ଦାସ ଦୃଢକ୍ତି ପ୍ରକାଶ କରିଛନ୍ତି । ଏହି ଗଣଧାରଣାରେ ସହରର ବିଭିନ୍ନ ଅନୁଷ୍ଠାନ,ସାମ୍ବାଦିକ ସଂଘ,ରାଜନୈତିକ ଦଳ ଓ ମାନ୍ୟଗଣ ବ୍ୟକ୍ତି ବିଶେଷଙ୍କ ସମେତ ଯୁବ ବିକାଶ ପରିଷଦର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.