ଶାଶୁବୋହୁମାଳି ପ୍ରଭାବିତ ଓ ବିସ୍ତାପିତ ଅଂଚଳବାସୀଙ୍କ ୧୧ଦଫା ଦାବି

ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାୟଗଡ(ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କାଶିପୁର ବ୍ଳକରେ ଥିବା ଶାଶୁବୋହୁମାଳି ଖଣି ଅଂଚଳରେ ରହୁଥିବା ଅଂଚଳବାସୀଙ୍କ ପକ୍ଷରୁ ଅଂଚଳର ବିକାଶ ପାଇଁ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ୧୧ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଅବଗତି ସକାଶେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ରରେ ଦୀର୍ଘ ତିନିମାସ ହେଲା ବିନା ପଲ୍ଳୀସଭା ଓ ଗ୍ରାମସଭାରେ ନିଜ ମନମୁଖୀ ଇଚ୍ଛାରେ ଓଡିଶା ମାଇନିଂ କର୍ପୋରେସନ (ଓଏମସି) ତିନୋଟି ଗାଡି ଲଗାଇ ଖଣି ଅଂଚଳରେ ମାଟି ପରୀକ୍ଷଣ କରିବା ଆଳରେ ବିରାଟ ଗର୍ତଗୁଡିକ କରିବାରେ ଲାଗିଛି । କୈାଣସି ଗ୍ରାମବାସୀଙ୍କ ସ୍ୱାର୍ଥ ବିକାଶକୁ ଅଣଦେଖା କରି ଏକଛତ୍ରବାଦ ଭାବରେ ଅଂଚଳର ସ୍ୱଳ୍ପ କେତେକ ସ୍ୱାର୍ଥନ୍ୟଷ୍ଠି ବ୍ୟକ୍ତିଙ୍କୁ ନେଇ ଓଏମସି ଏହି କାର୍ଯ୍ୟ ଚାଲୁ ରଖିଛି । ତେଣୁ ଶାଶୁବୋହୁମାଳିର ଚର୍ତୁପାଶ୍ୱର୍େ ସାମୁହିକ ବିକାଶ ପାଇଁ ଅଂଚଳବାସୀ ଦାବି ଉପସ୍ଥାପନା କରିଛନ୍ତି ।

ଏହି ଦାବି ମଧ୍ୟରେ ସମସ୍ତ ଗ୍ରାମବାସୀଙ୍କୁ ନେଇ ବୈଠକ କରିବା,ସାମୁହିକ ବିକାଶ ଓ ଆତ୍ମ ନିଯୁକ୍ତି ସୃଷ୍ଟି କରିବା,କାଶୀପୁର ଅଂଚଳରେ ସ୍ଥାୟୀ କାରଖାନା ପ୍ରତିଷ୍ଠା କରିବା,ଯୋଗ୍ୟତା ନିର୍ମାଣ ଓ ଯୋଗ୍ୟତା ଭିତିକ ଆତ୍ମ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣର ସୁବ୍ୟବସ୍ଥା,ଅକର୍ମ୍ୟଣ୍ୟ ଓ ବାର୍ଦ୍ଧକ୍ୟମାନଙ୍କୁ ଆତ୍ମନିଯୁକ୍ତି ,ବିସ୍ତାପିତ,ଜମିହରା ଓ ଭୂମିହୀନଙ୍କୁ ସାମୁହିକ ବିକାଶ ପ୍ରଦାନ ଓ ଥଇଥାନ କରିବା,କମ୍ପାନୀର ଲାଭାଂଶରୁ ୨୦ପ୍ରତିଶତ ଚର୍ତୁପାଶ୍ୱର୍ର ଲୋକଙ୍କ ବିକାଶ ପାଇଁ ପ୍ରଦାନ କରିବା,ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଓ ପରେ ବାହାର ଅଂଚଳ ଲୋକଙ୍କୁ ନିଯୁକ୍ତି ଦେବା ଓ ଅଂଚଳରେ ଆମ୍ବୁଲାନ୍ସ,ଶବଦାହ ଯାନ,ଉପଯୁକ୍ତ ଗୋଷ୍ଠି କେନ୍ଦ୍ର,ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି,ଆଂଚଳିକ ପର୍ବପର୍ବାଣି ଓ ସାଂସ୍କୃତିକ ବିନୋଦନ ଓ ପୁର୍ନଗଠନ ନିମନ୍ତେ ପାଣ୍ଠି ପ୍ରଦାନ ସହ ବୟସ୍କ ତଥା ଅପାଠୁଆଙ୍କୁ ଭତା ପ୍ରଦାନ ଆଦି ଦାବି ଉଲ୍ଳେଖ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ବେଣୁଧର ନାୟକ,ଦେବରାଜ ଗୋପାଳ,ମୀନାରାଓ ମାଝି,ଗଣେଷଚନ୍ଦ୍ର ମାଝି,ନକୁଳ ମାଝି,ସୁଗୁରି ମାଝି,ସନ୍ତୋଷ କୁମାର ମାଝିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.