କାନିଯୁରି ଠାରେ ଗଣତନ୍ତ୍ର ଦିବସ (Visual News)

ଟିଟିଲାଗଡ,୨୬/୧: ଟିଟିଲାଗଡ ବ୍ଲକ ଅନ୍ତର୍ଗତ କିନିଯୁରି ଠାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ଯୁଗିରାମ ଚନ୍ଦନଙ୍କ ସଭାପତିତ୍ବରେ ଗୋପବନ୍ଧୁ ପାଠାଗାର ଠାରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦେବ ସାଗର ଚନ୍ଦନ ପତାକା ଉତ୍ତୋଳନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ କିଷାନ ଚନ୍ଦନ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ସାହୁ ମଞ୍ଚ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ ତିର୍ଥମଣୀ ଚନ୍ଦନ ଓ ଖ୍ରୀଷ୍ଟ ଚରଣ ବାଗ, ଭୀମଭୋଇ ଅନାଥା ଆଶ୍ରମ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ଗୋପବନ୍ଧୁ ପାଠାଗାରର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଅପରପକ୍ଷରେ ଭୀମଭୋଇ ଅନାଥାଶ୍ରମ ଠାରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀମତି ମାଧବି ଚନ୍ଦନ ଙ୍କ ସଭାପତିତ୍ବରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳ ପୁର୍ବତନ ସଭାପତି ଶ୍ରୀଯୁକ୍ତ ଜୟରାମ ଚନ୍ଦନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭି ଭାଷଣ ଦେଇଥିଲେ। ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ବହୁ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ଗହିର ପତାକା ଉତ୍ତୋଳନ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ସାଧାରଣତନ୍ତ୍ର ଦିବସ ବିଷୟରେ ଅଭି ଭାଷଣ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ମୂଳମନ୍ତ୍ର ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଉକ୍ତ ସାଧାରଣତନ୍ତ୍ର ଦିବସ ପାଳନ ରେ ପଲ୍ଲୀଶ୍ ଉଚ୍ଚ ବିଦ୍ୟାଳୟ ର ସଭାପତି ଦେବସାଗର ଚନ୍ଦନ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେଲାଲ୍ ସେନ୍ ଚନ୍ଦନ, ସହ ଶିକ୍ଷକ ପୁନ୍ୟବନ୍ତ ସାହୁ, ବୈଶାଖୁ ଚନ୍ଦନ, ଚେୟାରମାନ୍ ଆଡଜୁଆଡ୍, କେଶବ ମହାକୁର, ଦେବସ୍ମିତା ବେହେରା, କ୍ଲାର୍କ୍ ଚକାମନ ବିଶି, କାର୍ଯ୍ୟ ସହାୟକ ସୁଦାମ ଚନ୍ଦନ ଓ ଅନିରୁଦ୍ଧ ଚନ୍ଦନ ଯୋଗଦେଇଥିବା ବେଳେ ଅନାଥାଶ୍ରମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚକାମନ ବିଶି, ସହ ଶିକ୍ଷକ ମିନିକେତନ ସ୍ବାଇଁ ଓ ଜଗନ୍ନାଥ ସାହୁ, ଯୁଗିରାମ ଚନ୍ଦନ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.