ଧବଳେଶ୍ବର ଡିଗ୍ରୀ କଲେଜରେ ନୂତନ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ

କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଲକ ମୋହନଗିରି ସ୍ଥିତ ଧବଳେଶ୍ବର ଡିଗ୍ରୀ କଲେଜର ନୂତନ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଭୂପିନ୍ଦର ସିଂ। ଏନେଇ ମହାବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ସିଙ୍ଗପୁର ରାମ ମନ୍ଦିରରୁ ସଭାନେତ୍ରୀ ଆରତି ବିଶ୍ବାଳଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ବାହାରି ନୂତନ କଲେଜ ଠାରେ ପହଞ୍ଚିଥିଲା।

ସେଠାରେ ଧବଳେଶ୍ବର ଡିଗ୍ରି କଲେଜର ଅଧ୍ୟକ୍ଷ ଧ୍ରୁବ ଚରଣ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବରେ ଡ଼ଃ. ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଳା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ସିଂହପୁର ସରପଞ୍ଚ ବିଦ୍ୟାଧର ପାତ୍ର, ମୋହନଗିରି ସରପଞ୍ଚ ବଳଭଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ସୁଶିଳ ପ୍ରଧାନଙ୍କ ସମେତ ବିଜୟ ଶର୍ମା, କଦମ ସାଏ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ଏବଂ କୃତି ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ପାଦକ ଅମିୟ ରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବାବେଳ ବିଶିଷ୍ଟ ସମାଜସେବୀ ତଥା କଲେଜର ପ୍ରତିଷ୍ଠାତା ଶୁକଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


ଏଥିରେ ସମାଜସେବୀ ଗୋକୁଳାନନ୍ଦ ବିଶ୍ବାଳ, ନାରାୟଣ ମିଶ୍ର, ସୁଶୀଳ ପଧାନ, କେଦାର ପଧାନ, ମଦନ ପଧାନ, ସୁରେଶ ପଧାନ, ରାମ୍ ସୀଂଗ ଧରୁଆ, ଋତୁ ରାଜ ପଧାନ, ରଘୁ ନାଥ ପଧାନ, ରଘୁ ନାଥ ତାଣ୍ଡି, ସୂର୍ଯ୍ୟକାନ୍ତ ଧରୁଆ, ଧବଳେଶ୍ବର +୨ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀ, +୩ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ତଥା କଲେଜ୍ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସିଂହପୁର ପଞ୍ଚାୟତର ଅନେକ ସମାଜସେବୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.