ରଘୁନାଥ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୬ ଆହାତ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ବିଷମକଟକ ଥାନା ଅନ୍ତର୍ଗତ କୁମ୍ଭାରବାଡି ଗ୍ରାମ ମୁଖ୍ୟ ରାସ୍ତା ଠାରେ ଆଜି ଭୋରରେ ରଘୁନାଥ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଏଥିରେ ୬ଜଣ ଗୁରୁତର ଆହାତ ହୋଇ ସ୍ଥାନୀୟ ପୋଲିସ ଓ ଗ୍ରାମବାସୀଙ୍କ ସାହାର୍ଯ୍ୟରେ ଆମ୍ବୁଲାନ୍ସ ଯୋଗେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହୋଇଥିଲେ । ମୃତ ଯାତ୍ରୀ ଜଣଙ୍କ ନୟାଗଡ ଜିଲ୍ଳା ଇଟାମାଟି ଥାନା ଅଧିନସ୍ଥ ଖଇପାତି ଗ୍ରାମର ରମେଶ ଜେନା ବୋଲି ଜଣାପଡିଛି ।

Omkar Vasthu
Omkar Vasthu


ମିଳିଥିବା ସୂଚନା ପ୍ରକାରେ ରଘୁନାଥ ନାମକ ଘରୋଇ ବସଟି ଗତାକଲି ଓଡଗାଁ-ନରସିଂହପୁର ଭାୟା ନୟାଗଡରୁ ଜୟପୁର ଅଭିମୁଖେ ଆସୁଥିବା ବେଳେ ଆଜି ଭୋର ସମୟରେ ରାୟଗଡ ଜିଲ୍ଳା ବିଷମକଟକ ଥାନା ମୁନିଗାଁ ନିକଟ ବେଥିଆପଡା ନିକଟରେ ଥିବା କୁମ୍ଭାରବାଡି ଗ୍ରାମ ନିକଟରେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ତେବେ ଘନକୁହୁଡି ଯୋଗୁଁ ଡ୍ରାଇଭର ରାସ୍ତା ଦେଖି ନ ପାରିଥିବା ବେଳେ ରାସ୍ତା କଡର ଏକ କଲଭର୍ଟକୁ ଧକ୍କା ଦେବାରୁ ବସଟି ଓଲଟି ପଡିଥିବା ନେଇ ବସରେ ଥିବା କିଛି ଯାତ୍ରୀ ପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ବସରେ ପ୍ରାୟ ୩୦ରୁ ଉର୍ଦ୍ଧ ଯାତ୍ରୀ ରହିଥିବା ବେଳେ ବସ ଦୁର୍ଘଟଣା ହେବା ପରେ ଭୟରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ବିଷମକଟକ ଥାନା ପୋଲିସ ବସ ଦୁର୍ଘଟଣାର ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଯଶବନ୍ତ ହିଆଲ ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.