ଲୁଟେରାଙ୍କ ଆଶ୍ରୟ ସ୍ଥଳି ଖରିଆର ରୋଡ !

ନୂଆପଡା: ଖରିଆର ରୋଡ଼ ଏନ୍.ଏ.ସି. ନୂଆପଡା ସଦର ମହକୁମା ଠୁ ମାତ୍ର ୧୦ କିଲୋମିଟର ଦୂର ରେ ଅବସ୍ଥିତ। ଏହି ସହର ମଧ୍ୟ ଦେଇ ଜାତୀୟ ରାଜପଥ ୩୫୩ ରାୟପୁର – ଗୋପାଳପୁର ଯାଇଅଛି। ଓଡିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଗଢି ଉଠି ଥିବା ଏହି ସହରର ସଂସ୍କୃତି, କଳା, ସାହିତ୍ୟ ଓ ପରମ୍ପରା ବେଶ ନିଆରା ଏବଂ ଅଦ୍ଵିତୀୟ ଅଟେ। ସହରରେ ବିଭିନ୍ନ ଭାଷା ଭାଷା ଭାଷୀ ଲୋକ ଯଥା; ପଞ୍ଜାବୀ, ଗୁଜରାତି, ଜୈନି, ମୁସଲମାନ, ଓଡ଼ିଆ ପ୍ରଭୃତି ରୁହନ୍ତି। ଭିନ୍ନ ହେଲେ ସୁଦ୍ଧା ଏହି ସହରରେ ଲୋକ ସମସ୍ତେ ସମସ୍ତଙ୍କ ସହିତ ମିଶିକି ରୁହନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏକ ରିପୋର୍ଟ ଅନୁସାରେ ଓଡିଶାର ବିଭିନ୍ନ ସ୍ଥାନରୁ ଲୁଟ ପାଟ କରି କିଛି ଇରାନି ଗେଙ୍ଗ ଖରିଆର ରୋଡରେ ଲୁଚିକି ଆଶ୍ରୟ ନେଉଛନ୍ତି। ଲୁଟ ପାଟର ସାମଗ୍ରୀ ଏହି ସହରରୁ ଆରମରେ ସେମାନେ ଅନ୍ୟ ରାଜ୍ୟକୁ ନେଇ ବିକ୍ରି କରୁଛନ୍ତି। ଖରିଆର ରୋଡରେ ପୂର୍ବରୁ ଇରାନି ପରିବାର ୫ ରୁ ୧୦ ଥିଲେ ଓ ସେମାନେ ପ୍ରାୟ ବର୍ତମାନ ନାହାନ୍ତି। କିନ୍ତୁ ସେହି ଅଂଚଳ ଆଖ ପାଖରେ ବର୍ତମାନ ଏକ ଇରାନି ବସ୍ତି ଗଢି ଉଠିଛି। ବିଶେଷ ସୂତ୍ର ରୁ ପ୍ରକାଶ ଯେ, ନୟାଗଡ ଅଂଚଳରେ ଥିବା ଏକ ସୁନା ୨୦୧୮ ମସିହା ଜାନୁଆରୀ ୨୯ ତାରିଖରେ ଚୋରି ହୋଇଥିଲା। ଯେଉଁଥିରେ କି ୨୦ ଟି ସୁନା ମୁଦି ଥିଲା। ଏହି ଘଟଣାର ତଦନ୍ତ କରି ବିରିଘାଟ ପୋଲିସ ନୂଆପଡା ଜିଲ୍ଲା ଖରିଆର ରୋଡର ଧୋବୀ ପଡା ଅଂଚଳ ରୁ ଇରାନି ଗେଙ୍ଗର ଜଣେ ସହଯୋଗୀକୁ ଗିରଫ କରିଥିଲା। ଯାହା ପାଖରୁ ୬ ଟି ସୁନା ମୁଦି ମିଳିଥିଲା ଓ ବାକି ଗୁଡାକ ତାର ଅନ୍ୟ ଏକ ସହଯୋଗୀ ନେଇ ଫେରାର ହୋଇଯିବରେ ସଫଳ ହୋଇଥିଲା। ତେବେ ଏ ନେଇ ଖରିଆର ରୋଡ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ପୋଲିସ ପ୍ରଶାସନ ସଜାଗ ଥିବା ସୂଚନା ଦେଇଛି। କିନ୍ତୁ ବର୍ତମାନ ଖରିଆର ରୋଡରେ ଏମାନଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। କିଛିଟା ପରିବାରରୁ ବସ୍ତିରେ ପରିଣତ ହୋଇଛି ଏହି ସମ୍ପ୍ରଦାୟ। ଅଂଚଳ ବାସୀ ବିରୋଧି କରୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏ ନେଇ କିଭଳି ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

Udyog Nursery
Udyogi Nursery

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.