କଳାହାଣ୍ଡି କନ୍ଧ ସମାଜରେ ପୁଣି ଆରମ୍ଭ ହେଲା ଟିକ୍ ଦିଆ ‘ଟିଲିଆ’ ବା ଯୋଟ୍ ଘାଟ୍ ବିହା

କଳାହାଣ୍ଡି, (ନିରଞ୍ଜନ ଗଉଡ): କଳାହାଣ୍ଡି କନ୍ଧ ସମାଜର ଯୁବ ବର୍ଗର ଅକ୍ଲାନ୍ତ ଉଦ୍ୟମ ବଳରେ କନ୍ଧ ସମାଜର ସଂସ୍କୃତି, ପରମ୍ପରାର ପୁନଃଥଇଥାନ ପାଇଁ ନର୍ଲା ବ୍ଲକ୍ ଅନ୍ତର୍ଗତ ତୁଲାପଡା ଗାଁର କୁସୁମ ପଡ଼ା ଠାରେ କନ୍ଧ ସମାଜର ପାରମ୍ପରିକ ଟିକ୍ ଦିଆ, ଟିଲିଆ ବା ଯୋଟ ଘାଟ ବିହା ସମ୍ପନ୍ନ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗାଁର ଲବ ମାଝୀଙ୍କ ପୁଅ ଉଚ୍ଚଶିକ୍ଷିତ ତଥା ଶିକ୍ଷକ ଚୈଧୁରୀ ମାଝୀ ଦେଦର ଗାଁର ଉମାଶଙ୍କର ଭୋଇଙ୍କ ଝୀଅ କଳାବତୀଙ୍କ ସହ ଉଭୟ ଗାଁର ବନ୍ଧୁ ବର୍ଗ ଓ ମା ବାପା ଉପସ୍ଥିତରେ ବିନା ହୋମ ଓ ବିନା ବ୍ରାହ୍ମଣରେ ସମାଜର ନିତି ଓ ପରମ୍ପରା ଅନୁସାରେ ଜାନୀ, ଝାକରଙ୍କ ମାଧ୍ୟମରେ ବିବାହ କରିଥିଲେ।

Udyog Nursery
Udyogi Nursery

ବର କନ୍ୟା ଉଭୟେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ନିଜର ସମାଜର ହଜିଯାଉଥିବା ପ୍ରଥା ପରମ୍ପରାକୁ ପୂର୍ନଜୀବିତ କରିଥିବାରୁ କନ୍ଧ ସମାଜର ଯୁବବର୍ଗ ଙ୍କ ମଧ୍ୟରେ ଏକ ନୂତନ ଆଶାର କିରଣ ଉଙ୍କି ମାରିଛି। କନ୍ଧ ସମାଜରେ ଏହି ଟିକ୍ ଦିଆ ବା ଟିଲିଆ ବିହା ଆଗରୁ ଚାଲିଆସିଥିଲା କିନ୍ତୁ ଆର୍ଯ୍ୟ ସଂସ୍କୃତିର ପ୍ରବେଶ ବଳରେ ଆସ୍ତେ ଆସ୍ତେ ସବୁ ହଜିଯାଇଥିଲା।


ଯୁବ ବର୍ଗର ଡମ୍ବରୁଧର ମାଝୀ, ଗଜପତି ମାଝୀ, ତରୁଣ ଜାନୀ,ବିଦ୍ର ମାଝୀ, କ୍ଷିତିସ ମାଝୀ, ଡୋଲାମଣି ମାଝୀ ଙ୍କ ଉଦ୍ୟମକୁ ବିର କମଳ ମୈଦାନର ଲୋକନାଥ ଭୋଇ, ରାଜ ମାଝୀ, ନୈକା ମାଝୀ ପ୍ରମୁଖ ପ୍ରଶଂସା କରୁଥିଲେ ଓ ଆଗାମୀ ଦିନରେ ଏଭଳି ବାବାହ ଜାରି ରହିବ ବୋଲି କହିଥିଲେ। ପଡୋଶୀ ବଲାଙ୍ଗୀର ଜିଲ୍ଲାର ଯୁବ ସଂଗଠନର କର୍ମକର୍ତ୍ତା ଶ୍ରୀ ଧନେଶ୍ଵର ମାଝୀ। ଡିଜି ପ୍ରଧାନି, ଖୁସିରାମ ଜାନୀ, ଦୁଶମଣି ପ୍ରଧାନୀ ମଧ୍ୟ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.