ଜଗନ୍ନାଥପୁର ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଧିରେଧିରେ ଲୋକପ୍ରିୟ ହେବାରେ ଲାଗିଛି । ଯୁବ ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ରଙ୍କ କଳ୍ପନାପ୍ରସୂତ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକେ ବହୁମାତ୍ରାରେ ଆକୃଷ୍ଟ ହେବା ସହିତ ନିଜ ନିଜର ଆପତ୍ତି ଓ ଅଭିଯୋଗ ଜଣାଇବାକୁ ପ୍ରତି ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ରୁଣ୍ଡ ହେଉଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜନ କରାଯାଇଥିବାବେଳେ ପ୍ରଶାସନକୁ ହାତ ପାଆନ୍ତାରେ ପାଇ ଶତାଧିକ ଲୋକେ ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଉଥିବା ଦେଖିବାକୁ ମିଳିଥିଲା ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ, ଜଗନ୍ନାଥପୁର ସରପଞ୍ଚ ମମିତା ମାଝୀ, ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଦଶମତ ମାଝୀ, ପିଏ ଶଙ୍କର ପ୍ରସାଦ ସାହୁ, ବ୍ଲକ ସାମାଜିକ ସଂପ୍ରସାରଣ ବିଭାଗର ପିତବାସ ସାହୁ, ଲାଞ୍ଜିଗଡ ସିଆର୍‌ସିସି ଏମ୍‌. ସୁନ୍ଦରଶେଖର, ଲାଞ୍ଜିଗଡ ରାଜସ୍ୱ ନିରୀକ୍ଷକ ରସିକ ଶବର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ,ଗ୍ରାମ ରୋଜଗାର ସେବକ ଡମ୍ବରୁଧର ହରିଜନ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ସଂଙ୍କୁତଳା ଦାସ ଓ କମଳା ମାଝୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଶହ ରୁ ବୃଦ୍ଧି କରାଯାଇ ୭ ଶହ ଟଙ୍କା ପ୍ରଦାନ କରିଥିଲେ ବିଡିଓ ଶ୍ରୀ ମିଶ୍ର ଓ ଅଧ୍ୟକ୍ଷ ଶ୍ରୀ ମାଝୀ। ଏଥିରେ ୨୬୦ ଜଣ ଲୋକେ ସାମିଲ ହୋଇ ନିଜ ନିଜର ଅଭିଯୋଗ ପ୍ରଶାସନ ନିକଟରେ ଉତ୍‌ଥାପନ କରିବା ଦେଖିବାକୁ ମିଳିଥିଲା ।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.