କୋଭିଡ୍ କଟକଣା ନ ମାନିଲେ ଏଥର କାର୍ଯ୍ୟାନୁଷ୍ଠାନ: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଜୋରିମାନା

ରାସ୍ତାରେ ଜଗିଛନ୍ତି ରାୟଗଡ ପୋଲିସ ଓ ଜିଲ୍ଳା ପ୍ରଶାସନ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ପୁର୍ନବାର ବିଶ୍ୱବାସୀଙ୍କୁ ଆତଙ୍କିତ କରିବାରେ ଲାଗିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମଗ୍ର ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ଆଲୋଚନା କରି କୋଭିଡ ଟୀକାକରଣ ଓ କୋଭିଡ ନିୟମାବଳୀକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ଆଗୁଆ ପଦକ୍ଷେପ ପୂର୍ବକୁ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଳାର ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ଓ ପୋଲିସ ପ୍ରଶାସନ ତରଫରୁ ମିିଳିତ ଭାବେ ଗତକାଲି ମାର୍ଚ୍ଚ ୧୭ ଓ ଆଜି ୧୮ତାରିଖ ଦୁଇଦିନ ଧରି ରାୟଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ କୋଭିଡ ନିୟମ ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ ସହ ସମସ୍ତଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା ।

ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ତହସିଲଦାର ଉମାଶଙ୍କର ବେହେରା,ଟାଉନ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦଙ୍କ ସମେତ ପୈାର କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ସାମିଲ ହୋଇ ଚଢାଉ କରିଥିଲେ । ରାୟଗଡ ସହରର ଦୈନିକ ବଜାର, ଷ୍ଟେଟ ବ୍ୟାଙ୍କ ଛକ, ମୁଖ୍ୟ ରାସ୍ତା, ଓଭରବ୍ରିଜ ତଳ ଆଦି ସ୍ଥାନଗୁଡିକରେ ଚଢାଉ କରାଯାଇ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ସେମାନଙ୍କୁ ସତର୍କ କରାଯାଇଥିଲା । ଜୋରିମାନା ଆଦାୟ ପୂର୍ବରୁ ରାୟଗଡ ସହରବାସୀଙ୍କୁ ନିଜ ନିଜ ଘରୁ ବାହାରିବା ପୂର୍ବରୁ ମାସ୍କ ବ୍ୟବହାର କରିବା ଓ ତତସହିତ ସମସ୍ତ ଜନଗହଳି ସ୍ଥାନ, ବ୍ୟବସାୟିକ ଅନୁଷ୍ଠାନ, ବ୍ୟାଙ୍କ, ସଫିଂମଲ, ସମସ୍ତ ଦୋକାନ ବଜାର,ବାହାଘର ଓ ବ୍ରତଘର ଆଦି ସ୍ଥାନମାନଙ୍କରେ ସଂପୂର୍ଣ୍ଣ ସାମାଜିକ ଦୂରତା ପାଳନ କରିବେ ଏବଂ ସାନିଟାଇଜର ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବାକୁ ପ୍ରଚାର ମାଧ୍ୟମରେ ସଚେତନତା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.