ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁର ପୁର୍ବତନ ସରପଞ୍ଚ ପାଲସି ମାଝୀଙ୍କ ପତ୍ନୀ ଲଚମୀ ମାଝୀ (୩୧) ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ମୁଖରେ ପଡିଛନ୍ତି।ପ୍ରାପୂ ସୂଚନା ଅନୁସାରେ ଲଚମୀ ମାଝୀ ସକାଳ ୬ ଘଣ୍ଟା ସମୟରେ ବେନଗାଁ ସ୍ଥିତ ନିଜ ଘର ଭିତରେ ଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା। ଲଚମୀ ଚିତ୍କାର କରିବାରୁ ସ୍ୱାମୀ ପାଲସି ଦୌଡ଼ି ଯାଇ ଦେଖିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଗାଡି ଭଡ଼ାକରି ସକାଳ ୮ ଘଣ୍ଟା ସମୟରେ ଭବାନୀପାଟଣା ମୁଖ୍ୟ ମେଡ଼ିକାଲରେ ନେଇ ଭର୍ତ୍ତି କରିଥିଲେ। ଅବସ୍ଥା ଅତି ସଙ୍କଟପୂର୍ଣ୍ଣ ରହିଥିବା ବେଳେ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ସମୟରେ ହିଁ ଲଚମୀଙ୍କ ମୃତ୍ୟୁ ଘଟିଥିଲା। ଭବାନୀପାଟଣାରେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ୮ ଟାରେ ବେନଗାଁ ନିଜ ଘରକୁ ଆଣି ଲଚମୀଙ୍କ ଶବ ସତ୍କାର କରାଯାଇଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.