ଜାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ

ଖଣ୍ଡୁଆଳରାଜା ପରବ ଉଦଜାପିତ

ଲାଞ୍ଜିଗଡ: ଖଣ୍ଡୁଆଳ ମାଳି ଶିଖରରେ ମାର୍ଚ୍ଚ ୨୮ ଓ ୨୯ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ‘ଖଣ୍ଡୁଆଳରାଜା’ ପରବ ସଂପନ୍ନ ହୋଇଯାଇଛି। ଏହି ଅବସରରେ ଆରାଧ୍ୟ ଦେବତା ଖଣ୍ଡୁଆଳ ବୁଢାରାଜା ଓ ମା’ ଡୁକୁରୀଙ୍କୁ ସାକ୍ଷୀ ରଖି ଖଣ୍ଡୁଆଳ ମାଳିର ସୁରକ୍ଷା ପାଇଁ ବଜ୍ର ସପଥ ନେଇଥିଲେ ପ୍ରକୃତିର ସନ୍ତାନ। ସରକାର ଓ ପ୍ରଶାସନ ଯେତେ ଭୁତେଇଲେ ବି ଖଣ୍ଡୁଆଳ ମାଳି ଛାଡିବୁ ନାହିଁ ବୋଲି ସେମାନେ ଆହ୍ୱାନ ଦେଇଛନ୍ତି। ବହୁରାଷ୍ଟ୍ରୀୟ କଂପାନୀକୁ ଚରମ ଚେତାବନୀ ସହ ପୁଣି ସୁଭିଥିଲା ଆଦିବାସୀଙ୍କ ବଜ୍ର ବାଣୀ – ଜାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ। ଖଣ୍ଡୁଆଳ ମାଳି ଶିଖରରେ ଆୟୋଜିତ ଖଣ୍ଡୁଆଳ ବୁଢ଼ାରାଜା ପରବ ଅନେକ କାରଣକୁ ନେଇ ଚର୍ଚ୍ଚାର ପରିଧିରେ ରହିଆସିଛି। ଖଣ୍ଡୁଆଳ ମାଳି କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଲକ ଲାଞ୍ଜିଗଡ ଥୁଆମୂଳ ରାମପୁର ଓ ସଦର ବ୍ଲକର ହଜାର ହଜାର ଆଦିବାସୀ, ଝରଣିଆ ଓ କୁଟିଆ କନ୍ଧ ଜୀବନ ଜୀବିକାର ମାଧ୍ୟମ। ଏହାସହ ପରମ ଆରାଧ୍ୟ ଖଣ୍ଡୁଆଳରାଜା ପୂଜା ସ୍ବତନ୍ତ୍ରତା ବହନ କରିଆସୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣିଖନନ ପାଇଁ ସବୁ ପ୍ରକାର କୋହଳ ନୀତି ଜାରି କରିଥିବାବେଳେ ଖଣ୍ଡୁଆଳ ମାଳିରେ ଖଣି ଖନନକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ। ଏହା ସହ ଆଦିବାସୀ ଓ ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ତୀବ୍ର ବିରୋଧ କରାଯାଉଛି।

Omkar Vasthu
Omkar Vasthu


ଖଣ୍ଡୁଆଳରାଜା ପରବ ପ୍ରଥମ ଦିନରେ ଶୁଭଖମ୍ବ ସ୍ଥାପନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଆଦିବାସୀ ମହିଳାଙ୍କ ଦେହରେ କାଳିସୀ ସବାର ହେବା ପୂଜାର୍ଚ୍ଚନା ଜମିବାକୁ ଲାଗିଥିଲା। ଆଦିବାସୀ ସଂପ୍ରଦାୟ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାର ଶହଶହ ସାଧାରଣ ଲୋକେ, ପରିବେଶବିତ୍‌ ପର୍ବତ ଶିଖରର ଉତ୍ସବରେ ସାମିଲ ହୋଇଥିଲେ। ନିଜର ମାଁ ମାଟିର ସୁରକ୍ଷା ପାଇଁ ଅଞ୍ଚଳର ହଜାର ହଜାର ଆଦିବାସୀ ପୁରୁଷ, ମହିଳା ଏଥିରେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହେବା ଅଭୁତପୂର୍ବ ଦୃଶ୍ୟ ଥିଲା। ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପରବରେ ସଭାପତି କାର୍ତ୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର,କୁଞ୍ଜ ମାଝୀ, ମାଧବ ବେନିଆଁ, ଲୋକନାଥ ମାଝୀ, ହୃଷିକେଶ ମାଝୀ, ଜଗଦୀଶ ବେନିଆଁ, ଗୋପାଳ ପାତ୍ର, ହୀରାଲାଲ ବେହେରା, ବୈଦ୍ୟନାଥ ନାଏକ, ଜିତେନ୍ଦ୍ର ବେନିଆଁ, ଗୌରାଙ୍ଗ ନାଏକ, ସାନ ମାଝୀ, ଟିପୁ ମାଝୀ, ଘାସିରାମ ମାଝୀ, ବନ ମାଝୀ ସମେତ ନିୟମଗିରି ସୁରକ୍ଷା ସମିତି, ଆଦିବାସୀ ଲାଇଫ ହୁଡ଼ ମେଟର ଏନଜିଓ, ମାଳି ପର୍ବତ ସଂଗଠନ କୋରାପୁଟ, ଜିଲ୍ଲା ଯୁବ କନ୍ଧ ସମାଜ ବଲାଙ୍ଗୀର, ଲେବୁଲ ମେଣ୍ଟ ଲାଇଫ ହୁଡ଼ କଲଚର ଏନଜିଓ ଓ ଆଦିବାସୀ ନେତା ଓ ସମାଜକର୍ମୀ ନେତୃତ୍ୱ ନେଇଥିବାବେଳେ ଖଣ୍ଡୁଆଳ ମାଳି ସଂଲଗ୍ନ ଅଞ୍ଚଳର ଲାଞ୍ଜିଗଡ, ଥୁଆମୂଳରାମପୁର ଓ ଭବାନୀପାଟଣା ବ୍ଲକର ଅନେକ ଆଦିବାସୀ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.