ଗ୍ରାମାଞ୍ଚଳରେ ଘାରିଛି କରୋନା ଭୟ: ଗୋଛାଡେଙ୍ଗେନ ପଂଚାୟତରେ ୩୫ରୁ ଅଧିକ ସଂକ୍ରମିତ, ୪ ମୃତ

ଲୋକେ ମାନୁନାହୁନ୍ତି କୋଭିଡ଼ ଗାଇଡ଼ଲାଇନ

କଳାହାଣ୍ଡି, (ହେମନ୍ତ ସାହୁ): ଏବେ ବିଶ୍ୱମହାମାରୀ କରୋନାର ପ୍ରଭାବ ସହରଠାରୁ ଆରମ୍ଭ କରି ଗ୍ରାମଂଚଳରେ ପହଂଚିଛି । ତେବେ ସହର ଅପେକ୍ଷା ଗାଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଗୋଚ୍ଛାଡ଼େଙ୍ଗେନ ପଂଚାୟତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୫ରୁ ଅଧିକ ଥିବା ବେଳେ ଗୋଚ୍ଛାଡ଼େଙ୍ଗନ ଗ୍ରାମର ପୁରନ୍ଦର ବିଶ୍ୱାଳ ଏବଂ ବଡ଼ସୁର୍ଡ଼ା ଗ୍ରାମର ସୁବଳ ପ୍ରଧାନଙ୍କ କରୋନାରେ ସରକାରୀ ଭାବରେ ମୃତ୍ୟୁ ହେଇଥିବାବେଳେ ଆଉ ଦୁଇଜଣଙ୍କର ମଧ୍ୟ କରୋନାରେ ମୃତ୍ୟୁ ହେଇଥିବା କୁହାଯାଉଛି । ଏବେ କରୋନା ଭୟରେ କେହି କାହା ଘରକୁ ଯାଉନାହାନ୍ତି ସତ କିନ୍ତୁ କରୋନା ଆକ୍ରାନ୍ତ ଯୋଉମାନେ ଘରେ ରହୁଛନ୍ତି, ସେମାନେ ଗାଁରେ ବୁଲିବା, ନଦୀକୁ ଗାଧେଇଯିବା ଭଳି ସବୁକାମ ମୁକ୍ତ ଭାବରେ କରୁଥିବା କାରଣରୁ ଅଂଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି । ତେବେ ଅମାନିଆ ଯଦି ଏହିଭଳି କରନ୍ତି ତେବେ ଗାଁ ଗୁଡ଼ିକରେ କରୋନା ଉଗ୍ରରୂପ ନେବ ବୋଲି ଅଂଚଳର ଶିକ୍ଷିତ ଯୁବକମାନେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.