୧୮ରୁ ୪୫ ବର୍ଷ ବୟସର ଲୋକ ନେଲେ କରୋନା ଟୀକା

କୋରାପୁଟ: ଗୋଟିଏ ପଟେ କରୋନା ମହାମାରୀର ଦ୍ୱିତୀୟ ଲହରୀ ମାଡି ଆସୁଥିବା ବେଳେ ଅନ୍ୟପଟେ କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଥମେ ବରିଷ୍ଠ ନାଗରିକମାନଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ, ଏବେ ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ଏହି କ୍ରମରେ ଆଜି କୋରାପୁଟ ପୋଲିସ୍ ହସ୍ପିଟାଲ୍ କେନ୍ଦ୍ରରେ ୪୫୦ ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ସାମିଲ ହୋଇଛନ୍ତି କୋରାପୁଟ ଜିଲ୍ଲାର ଜନସାଧାରଣ ଏବଂ କିଛି ଗଣମାଧ୍ୟମ ପ୍ରତିନିଧି। ଆରମ୍ଭରୁ ଲୋକଙ୍କ ମଧ୍ୟରେ ଟିକାକୁ ନେଇ ଉତ୍ସାହ ଦେଖା ଦେଇଥିଲା। ଯେଉଁମାନେ ପଞ୍ଜିକରଣ କରିଅଛନ୍ତି ସେମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଅଛି। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତଥା ଏହା ପ୍ରତି ସଜାଗ ହେବାକୁ ଯାଇ ଜିଲ୍ଲା ପ୍ରଶାସନ ଏହାକୁ ଛାଡି କୋରାପୁଟରେ ଆଉ ୧୧ଟି ସ୍ଥାନରେ ଆଜି ଟିକାକରଣ ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.