ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପ ନେଇ ରିଷିଡା ଫାଣ୍ଡିରେ ଏତଲା

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡିର ରାପ୍ ଗାୟକ ଡୁଲେଶ୍ୱର ତାଣ୍ଡି ଓରଫ୍ ଡୁଲେ ରକର ଏକ ଅଶ୍ଲିଳ ସଂଗୀତ ଗାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଡୁଲେଙ୍କୁ ତିବ୍ର ବିରୋଧ କରିବାସହ ସମାଲୋଚନା କରିଛନ୍ତି ଜନସାଧାରଣ। ତେବେ ସେ ଭୁଲ କରିଥିବା ବେଳେ ତାଙ୍କ ଜାତିକୁ ନେଇ ସାମାଜିକ ଗଣମାଧ୍ୟମରେ ନାନାଦି ଅଶ୍ଲିଳ ଆକ୍ଷେପ କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ଡମ ସମାଜ । ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ଜାତିଆଣ ଆକ୍ଷେପ କରିଥିବା ବ୍ୟକ୍ତିଙ୍କ ନାମରେ ଏତଲା ଦିଆଯାଉଛି। ଏହି କ୍ରମରେ ସଂଗଠନର କର୍ଲାମୁଣ୍ଡା ଶାଖା ପକ୍ଷରୁ ରିଷିଡା ଫାଣ୍ଡିରେ ଫେଡେରେସନର କର୍ମକର୍ତା ମଧୁସୂଦନ ବାଗ, ବରୁଣ ସୁନା, ତ୍ରିଭୁବନ ନାଗ, ଟୁକୁମାଣି ସୁନା, ମହେଶ ସୁନା, ବିଶ୍ଵାମିତ୍ର ନାଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏତଲା ଦେଇଛନ୍ତି। ଗୋଟିଏ ବ୍ୟକ୍ତିର ଭୁଲ ପାଇଁ ସମଗ୍ର ଜାତିକୁ ଆକ୍ଷେପ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଅରୁଚିକର ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.