ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରୟା ଆରମ୍ଭ

ନୂଆଦିଲ୍ଲୀ: ବର୍ତ୍ତମାନ ଅତି ଭୀଷଣ ରୂପରେ ଥିବା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରୟା ଆରମ୍ଭ ହୋଇଯାଇଛି। ଧାମରା ଓ ଏହାର ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରୁଛି। ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିବ ଓ ଏହି ସମୟରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ବର୍ତ୍ତମାନ ୟାସ ବାଲେଶ୍ୱର ଠାରୁ ୫୦ କିମି ଦୂରରେ ରହିଛି। ମଧ୍ୟାହ୍ନ ୧ଟା ସୁଦ୍ଧା ଏହା ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ଉପକୂଳ ଅତିକ୍ରମ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.