ମୋଟେର ମଣ୍ଡିରୁ ଧାନ ଉଠାଣ ଦାବିରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

କୋକସରା: ଚଳିତ ରବି ଋତୁରେ ଧାନ କ୍ରୟ ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁରୁ ଗତ ମେ ୨୨ ଠାରୁ କୋକସରା ବ୍ଲକର ମୋଟେର ଠାରେ ମଣ୍ଡି ଖୋଲା ଯାଇଛି। ଚାରବାହଲ ପେକ୍ସ ଜରିଆରେ ମୋଟେର ମଣ୍ଡିରେ ଆଜି ପର୍ଯ୍ୟନ୍ତ ୫୩୦୦ କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ସୁଚନା ମିଳିଛି। ଅନେକ ଚାଷୀଙ୍କୁ ମିଳିଥିବା ଟୋକନର ଅବଧି ମାତ୍ର ୧୨ ଦିନ ରହିଥିବା ବେଳେ ଧାନ କ୍ରୟରେ ମନ୍ଥରତା ଯୋଗୁ ଅନେକ ଚାଷୀଙ୍କ ଟୋକାନ ଲେପ୍ସ ହେବାର ଆଶଙ୍କା ଦେଖାଦେଇଛି। ତେବେ ମଣ୍ଡିରେ ଅବ୍ୟବସ୍ଥା ହେଉଥିବା ନେଇ ମୋଟେର ମଣ୍ଡିର ଚାଷୀ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ନିକଟରେ ଆଜି (ମଙ୍ଗଳବାର) ଅଭିଯୋଗ କରିଛନ୍ତି।


ଚାଷୀଙ୍କ ଅଭିଯୋଗ ଅନୁସାରେ ମୋଟେର ମଣ୍ଡିରେ ୫ ଜଣ ମିଲର୍ସଙ୍କୁ ଧାନ ଉଠାଇବାକୁ ଯୋଗାଣ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି ହେଲେ ଏହି ମିଲର୍ସଙ୍କ ଦ୍ୱରା ନିୟୋଜିତ ଏଜେଣ୍ଟ ମାନେ ବିଭିନ୍ନ ଆଳ ଦେଖାଇ ଧାନ ଉଠାଇବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଅନ୍ୟ ପକ୍ଷରେ ମୋଟେର ମଣ୍ଡିରେ ବଡ଼ ଟେମରି ମଣ୍ଡିର ଚାଷୀଙ୍କୁ ଧାନ ବିକ୍ରୟ ପାଇଁ ଯୋଗାଣ ବିଭାଗ ଅନୁମତି ଦେଇଛନ୍ତି ଫଳରେ ମଣ୍ଡିରେ ଧାନ କ୍ରୟ କରୁଥିବା ମିଲ ମାଲିକଙ୍କ ଦ୍ଵାରା ନିୟୋଜିତ ଏଜେଣ୍ଟ ମାନଙ୍କ ମାନମାନି ଦେଖିବାକୁ ମିଳୁଛି ଏଣୁ ଲୋକାଲ ମିଲ ପରିବର୍ତେ କେସିଙ୍ଗା ଅଞ୍ଚଳର ମିଲକୁ ଧାନ କ୍ରୟ କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି।


ଆଜି ମୋଟେର ଅଂଚଳର ଚାଷୀ ନେତା ଲିଙ୍ଗରାଜ ବେହେରାଙ୍କ ନେତୃତ୍ବରେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଂଚି ଚାଷୀଙ୍କ ତରଫରୁ ଲଷ୍ମୀକାନ୍ତ ବାଗ, ପଞ୍ଚାୟତ ଚାଷୀ ସଂଗଠନର ସମ୍ପାଦକ ପରମେଶ୍ୱର ବାଗ, କୋଷାଧକ୍ଷ ବି. ସତୀଶ, ଉପସଭାପତି କୁଶଧର ବେହେରା, ତପନ ମୁଣ୍ଡ, ଡାକେ ଲହଜଳ ଆଜି ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁ ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡାଙ୍କୁ ଲିଖିତ ଦାବିପତ୍ର ଦେବାସହ ମୋଟେର ମଣ୍ଡିରେ ଲାଗି ରହିଥିବା ସମସ୍ୟା ପ୍ରତି ଶୀଘ୍ର କାର୍ଯଅନୁଷ୍ଠାନ ନେବାକୁ ଦାବି କରିଛନ୍ତି।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.