ଶ୍ରୀକୃଷ୍ଣଙ୍କ କେଉଁ ପୁତ୍ରର ବିବାହ ଦୁର୍ଯ୍ୟୋଧନଙ୍କ କନ୍ୟା ସହ ହୋଇଥିଲା, କୃଷ୍ଣଙ୍କ କେତୋଟି ପତ୍ନୀ ଓ ପୁତ୍ର-ପୁତ୍ରୀ ଥିଲେ?

ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ ଏକଥା ଆମେ ସମସ୍ତେ ଜାଣନ୍ତି। ଶ୍ରୀକୃଷ୍ଣଙ୍କ କୃପା ବଳରେ ପାଣ୍ଡବମାନେ କୈାରବଙ୍କୁ ହରାଇ ନିଜର ରାଜ୍ୟ ଫେରି ପାଇଥିଲେ। ଭଗବାନ ଶ୍ରୀକୃଷ୍ଣ ଅଜୟ ଯୋଦ୍ଧା ଓ ବିଚକ୍ଷଣ ରାଜନୈତିଜ୍ଞ ଥିଲେ। ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଦୁଷ୍ଟ ଓ ଅସୁରମାନଙ୍କୁ ବିନାଶ କରି ଧର୍ମ ସଂସ୍ଥାପନ କରିଥିଲେ। ତାଙ୍କୁ ଯୋଗାରୁଢ, ବାସୁଦେବ, ମାଧବ, ଯଦୁପତି, କାହ୍ନା ଆଦି ବିଭିନ୍ନ ନାମରେ ସମ୍ବୋଧନ କରାଯାଇଥାଏ। ତେବେ ବହୁତ କମ୍ ଲୋକ କୃଷ୍ଣଙ୍କ ନିଜ ଜୀବନ ସହ ଜଡ଼ିତ କଥା ବିଷୟରେ ଜାଣନ୍ତି। ମହାଭାରତ ସମେତ ଅଷ୍ଟାଦଶ ପୁରାଣ ଭଗବାନ ଶ୍ରୀକୃଷ୍ଣଙ୍କ ମହିମାକୁ ନେଇ ମୁଖରିତ ହୋଇଥିବାବେଳେ ଶ୍ରୀମଦ୍ଭାଗବଦରେ ଯଦୁପତି ଶ୍ରୀକୃଷ୍ଣଙ୍କ ସଂପୂର୍ଣ୍ଣ ଜୀବନ ବର୍ଣ୍ଣନ ଦେଖିବାକୁ ମିଳେ।

Omkar Vasthu
Omkar Vasthu

କୃଷ୍ଣଙ୍କ କେତୋଟି ରାଣୀ ଓ ପୁତ୍ର-ପୁତ୍ରୀ ଥିଲେ?

Pearl dental clinic
Near Ashish Medical Store, Bhawanipatna

ଭଗବାନ ଶ୍ରୀକୃଷ୍ଣଙ୍କ ୮ଜଣ ପାଟରାଣୀ ଥିଲେ। ଏମାନଙ୍କୁ ଅଷ୍ଟ ପାଟବଂଶୀ ବୋଲି କୁହାଯାଇଥାଏ। ସେମାନେ ହେଲେ ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ, ସତ୍ୟା, କାଳିନ୍ଦୀ, ଲକ୍ଷ୍ମଣା, ନେତ୍ରବିନ୍ଦା ଓ ଭଦ୍ରା। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟକ ରାଣୀଙ୍କ ଠାରୁ ଦଶ-ଦଶ ଜଣ ପୁତ୍ର ଉତ୍ପନ୍ନ ହୋଇଥିଲେ। ରୁକ୍ମଣୀଙ୍କ ଗର୍ଭରୁ ଜନ୍ମିଥିବା ପୁତ୍ରମାନେ ହେଲେ ପ୍ରଦ୍ୟୁମ୍ନ, ଚାରୁଦ୍ରୋଣ, ସୁଦେଷ୍ଣ, ଚାରୁଦେହ, ସୁଚାରୁ, ଚାରୁଗୁପ୍ତ, ଭଦ୍ୟଚାରୁ, ଚାରୁଚନ୍ଦ୍ର, ବିଚାରୁ ଏବଂ ଚାରୁ। ଏହାସହ ରୁକ୍ମିଣୀଙ୍କ ଜଣେ ଝିଅ ମଧ୍ୟ ଥିଲେ। ଏହି ପାଟରାଣୀଙ୍କ ବ୍ୟତିତ ଶ୍ରୀକୃଷ୍ଣଙ୍କ ୧୬ ହଜାର ଏକଶହ ପତ୍ନୀ ମଧ୍ୟ ଥିଲେ।

Udyog Nursery
Udyogi Nursery

ଦୁର୍ଯ୍ୟୋଧନ କିପରି ଶ୍ରୀକୃଷ୍ଣଙ୍କ ସମୁଦୀ ହେଲେ?

ମହାଭାରତ ଅନୁସାରେ ଶ୍ରୀକୃଷ୍ଣ-ଜାମ୍ବବତୀଙ୍କ ପୁତ୍ର ଶାମ୍ବ ଓ ଦୂର୍ଯ୍ୟୋଧନ-ଭାନୁମତୀଙ୍କ କନ୍ୟା ଲକ୍ଷ୍ମଣା ପରସ୍ପରକୁ ନିବିଡ ଭାବେ ଭଲ ପାଉଥିଲେ। ତେବେ ଦୂର୍ଯ୍ୟୋଧନ ନିଜ ଝିଅର ବିବାହ କୃଷ୍ଣଙ୍କ ପୁତ୍ର ସହ କରିବାକୁ ଚାହୁଁନଥିଲେ। ଏଥିପାଇଁ ଦିନେ ଶାମ୍ବ ଲକ୍ଷ୍ମଣାକୁ ରଥରେ ବସାଇ ଅପହରଣ କରି ଦ୍ବାରିକା ଅଭିମୁଖେ ବାହାରିଲେ। ଏକଥା ଯେତେବେଳେ କୈାରବମାନେ ଜାଣିଲେ ସେମାନେ ସମସ୍ତ ସେନା ସହ ଶାମ୍ବଙ୍କ ପଥରୋଧ କରି ଯୁଦ୍ଧ ଆରମ୍ଭ କରିଦେଲେ। ପରିଶେଷରେ କୈାରବମାନେ ଶାମ୍ବକୁ ବନ୍ଦି କରିଦେଲେ। ଏହାପରେ କୃଷ୍ଣ ବଳରାମ ଏକଥା ଜାଣିବା ପରେ ବଳରାମ ହସ୍ତିନାପୁର ପହଞ୍ଚିଗଲେ। ବଳରାମ କୈାରବଙ୍କୁ ବିନମ୍ରତା ପୂର୍ବକ କହିଲେକି ଶାମ୍ବକୁ ମୁକ୍ତକରି ଲକ୍ଷ୍ମଣାସହ ଯିବାକୁ ଦିଅନ୍ତୁ। କିନ୍ତୁ କୈାରବମାନେ ବଳରାମଙ୍କ କଥାକୁ କର୍ଣ୍ଣପାତ କଲେନାହିଁ। କୈାରବଙ୍କ ନାସ୍ତି ବାଣୀ ସୁଣି ବଳରାମ କ୍ରୋଧିତ ହୋଇ ରୁଦ୍ର ରୂପ ଧାରଣ କଲେ। ସେ ନିଜ ଲଙ୍ଗଳରେ ସମଗ୍ର ହସ୍ତିନାପୁରକୁ ଉଠାଇ ଗଙ୍ଗାରେ ବିସର୍ଜିତ କରିବାକୁ ବାହାରିଲେ। କୈାରବକୂଳ ବଳରାମଙ୍କ ଠାରେ କ୍ଷମା ପ୍ରାର୍ଥନା କଲେ ଓ ଲକ୍ଷ୍ମଣାକୁ ସାମ୍ବଙ୍କ ସହ ବିଦା କରାଇଲେ। ଏହାପରେ ଦ୍ବାରକାରେ ସପ୍ତବଂଶି ଯାଦବଙ୍କ ସମ୍ମୁଖରେ ଶାମ୍ବ ଓ ଲକ୍ଷ୍ମଣାଙ୍କ ବିବାହ ବୈଦିକ ରିତି ଅନୁସାରେ ସଂପାଦିତ ହେଲା। ଏହିପରି ଭାବରେ ଶ୍ରୀକୃଷ୍ଣ ଓ ଦୁର୍ଯ୍ୟୋଧନ ସମୁଦୀ ହୋଇଗଲେ।

ଉପସ୍ଥାପନା: ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.