-
‘ଗର଼୍ହନ୍’ ତୃତୀୟ ଶ୍ରେଷ୍ଠ ନାଟକ
-
ପାଇଲେ ସର୍ବାଧିକ ପୁରସ୍କାର
କଳାହାଣ୍ଡି: ଝାରଖଣ୍ଡର ଗିରଡିହଠାରେ କଳାସଙ୍ଗମ୍ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ନାଟକ ମହୋତ୍ସବରେ କଳାହାଣ୍ଡିର କଳାକାରମାନେ ବେଶ୍ ପ୍ରଶଂସିତ ହୋଇଛନ୍ତି।
ଏଥିରେ ଭବାନୀପାଟଣାର ସଙ୍ଗମ୍ ଅନୁଷ୍ଠାନ ପ୍ରଯୋଜିତ ‘ଗର଼୍ହନ୍’ ତୃତୀୟ ଶ୍ରେଷ୍ଠ ନାଟକ ହେବା ସହ ସର୍ବାଧିକ ନଅଗୋଟି ପୁରସ୍କାର ପାଇଛି।
ଏଥିରେ ଦ୍ୱିତୀୟ ଶ୍ରେଷ୍ଠ ପାଣ୍ଡୁଲିପି ଓ ଦ୍ୱିତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜେନ୍ଦ୍ର ପାଢ଼ୀ, ପ୍ରଥମ ଶ୍ରେଷ୍ଠ ସଂଗୀତ ଚକ୍ରଧର ମହାରଣା ଓ ଭାରତ, ଦ୍ୱିତୀୟ ଶ୍ରେଷ୍ଠ ଅଭିନେତା ଭୋଳା ପ୍ରସାଦ ନାଗ, ତୃତୀୟ ଶ୍ରେଷ୍ଠ ଖଳନାୟକ ଦକ୍ଷ ସାହୁ, ପ୍ରଥମ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଶୁଭ୍ରାଂଶୁ ନନ୍ଦ, ଦ୍ୱିତୀୟ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଆଶାରାଣୀ ପଣ୍ଡା, ପ୍ରଥମ ଶ୍ରେଷ୍ଠ ରୂପସଜ୍ଜା ପଙ୍କଜ ତାଣ୍ଡି ପୁରସ୍କୃତ ହୋଇଥିଲେ।
ଏହି ଏହି ଅବସରରେ ନାଟ୍ୟକାର ରାଜେନ୍ଦ୍ର ପାଢ଼ୀଙ୍କୁ ନାଟକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ‘ନାଟ୍ୟଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଥିଲା। କଳାହାଣ୍ଡିର ଏହି କଳାକାରମାନଙ୍କ ସଫଳତାରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।