ୟୁଏଆଇଏଲ୍‌ର ଉତ୍କଳ ହସ୍ପିଟାଲ୍‌ରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ

ରାୟଗଡ/କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ୟୁନିଟ୍ ଉତ୍କଳ ଆଲୁମିନା କୋଭିଡ୍‌-୧୯ ମହାମାରୀ ଭଳି ଅନିଶ୍ଚିତତା ସମୟରେ ଲୋକ ଓ ସମାଜର ସୁରକ୍ଷା ପାଇଁ ସର୍ବଦା ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି । କୋଭିଡ୍‌-୧୯ ମହାମାରୀ ବିରୋଧ ଲଢ଼େଇରେ ନିରନ୍ତର ଉଦ୍ୟମ ସ୍ୱରୂପ ୟୁଏଆଇଏଲ୍ ପକ୍ଷରୁ ଏକ ୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଂଟର୍ ସ୍ଥାପନ ( ସିସିସି) କରାଯାଇଛି । ୟୁଏଆଇଏଲ୍ ପକ୍ଷରୁ ୫୦ ଶଯ୍ୟାର ଏକ ସିସିସି ପରିଚାଳନା କରାଯାଉଛି ଏବଂ ଉତ୍କଳ ହସ୍ପିଟାଲ୍‌ର କୋଭିଡ୍ ୱାର୍ଡରେ ଏହି ସମ୍ପ୍ରସାରଣ ଯୋଗୁଁ କଂପାନି ସମାଜର ଉତମ ସେବା କରିପାରିବ ଯେଉଁଥିରେ ୟୁଏଆଇଏଲ୍ ପକ୍ଷରୁ ଭେଂଟିଲେଟର ସୁବିଧା ସହିତ କେନ୍ଦ୍ରୀୟ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲକ୍ଷଣ ଥିବା ଲୋକମାନଙ୍କ ପାଇଁ ଏହା କୋଭିଡ୍ କେୟାର ସେଂଟର ଭାବେ ପରିଚାଳିତ ହେବ ।


୨୦୨୧ ଜୁନ୍ ୧ରେ ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଆୟୋଜନ କରାଯାଇଥିବା ଲୋକାର୍ପଣ ଉତ୍ସବରେ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଏହାକୁ ଉଦଘାଟନ କରିଥିଲେ ଓ ରାୟଗଡ଼ାର ସିଡିଏମ୍‌ଓ ଡକ୍ଟର ଆର୍ତବନ୍ଧୁ ନାଏକ, ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ମଜହର ବୈଗ୍ ଓ ରାୟଗଡ଼ାର ଡିପିଏମ୍ ଏନ୍‌ଏଚ୍‌ଏମ୍ ରାଜେଶ ନାୟକ ଉପସ୍ଥିତ ଥିଲେ । “ମୁଁ ଆଶା କରୁଛି ଯେ ଏହି କେନ୍ଦ୍ର ଶ୍ରେଷ୍ଠ ପ୍ରଦର୍ଶନ କରିବ ଏବଂ ଦୁର୍ଗମ ଅଂଚଳର କୋଭିଡ୍ ପ୍ରଭାବିତ ଲୋକମାନଙ୍କ ଚିକିତ୍ସାର ଉଦାହରଣ ସୃଷ୍ଟି କରିବ ।’’ ଏହା ଜିଲ୍ଲା ପାଇଁ ଆଶ୍ୱସ୍ତି ଆଣିବ ଓ ଆଗାମୀ ଦିନରେ ଏହାକୁ ଆଇସିୟୁ ଚିକିତ୍ସା ଲାଗି ମଧ୍ୟ ବିଚାର କରାଯାଇପାରିବ ।

ରାୟଗଡ଼ାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ମନ୍ତବ୍ୟ ଦେଇ ୟୁଏଆଇଏଲ୍‌ର ମହତ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ବୈଗ୍ ଏହି ପ୍ରତିଶ୍ରୁତି ଦେଇଛନ୍ତି ଯେ ୟୁଏଆଇଏଲ୍ ସର୍ବଦା ଲୋକମାନଙ୍କର ଓ ସମାଜର ଉତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ଲାଗି ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ଆମେ ସଙ୍କଟକୁ ନେଇ ଅଧିକ ଧ୍ୟାନଶୀଳ ଓ ଯତ୍ନବାନ ରହିଛୁ । ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀଯୁକ୍ତ ରାକେଶ ପ୍ରତାପ ସିଂହ, ୟୂୁନିଟ୍ ଏଚ୍‌ଆର୍ ମୁଖ୍ୟ, ୟୁଏଆଇଏଲ୍‌, ଡକ୍ଟର ଅରିନ୍ଦମ ରାୟ ଚୌଧୁରୀ, ସିଏମ୍‌ଓ ୟୁଏଆଇଏଲ୍‌, ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମୁଖ୍ୟ, ସିଏସ୍‌ଆର୍‌, ସିଆର୍ ଓ ସଷ୍ଟେନେବିଲିଟିଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ୟୁଏଆଇଏଲ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉଦଘାଟନୀ ସମାରୋହ ପରେ ସମ୍ମାନନୀୟ ଅତିଥିମାନେ ଏହି ବ୍ୟବସ୍ଥା ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ଭାବେ ୟୁଏଆଇଏଲ୍ ପାରିପାଶ୍ୱିର୍କ ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିରନ୍ତର ଜୀବନଜୀବିକା ଓ ଗ୍ରାମୀଣ ଭିତିଭୂମି କ୍ଷେତ୍ରରେ ସିଏସ୍‌ଆର୍ ଅଭିଯାନକୁ କାର୍ଯ୍ୟକାରୀ କରୁଛି ଓ ସାମାଜିକ ସମସ୍ୟାଗୁଡ଼ିକର ମୁକାବିଲା କରୁଛି । ମୋଟ ଉପରେ ୟୁଏଆଇଲ୍ ଓଡ଼ିଶାର ୫୭ଟି ଗ୍ରାମରେ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରୁଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.