କୋରାପୁଟ: ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କୋରାପୁଟର ଶ୍ରୀମାଙ୍କ କକ୍ଷ ସ୍ଥଳରେ ପିଲାଙ୍କ ଶିକ୍ଷା ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ପିଲାଙ୍କ ପାଠ ପଢ଼ା ସମ୍ବନ୍ଧୀୟ ଏକ ସନ୍ଦର୍ପ ଅରବିନ୍ଦ ବିଦ୍ୟାଳୟ ପରିସରରେ ଆଲୋଚନା ହୋଉଥିଲା। ଗତ କିଛି ବର୍ଷ ହେଲାଣି ଏହି ବିଦ୍ୟାଳୟ ପିଲାଙ୍କ ପାଠ ପଢ଼ା ପ୍ରତି ଯଥେଷ୍ଟ ଯତ୍ନବାନ ଥିବା ଖୋଦ ଏହି ସ୍କୁଲର ପ୍ରଧାନ ଶିକ୍ଷକ ହରିହର ସାହୁ ବ୍ୟକ୍ତ କରିଅଛନ୍ତି। ଗତ ୨୦୧୯ ମସିହାରେ ଏହି ବିଦ୍ୟାଳୟ ପିଲାଙ୍କ ପାଠ ପଢ଼ା ଏବଂ ପରୀକ୍ଷାରେ ଉଚିତ ଆଶାତୀତ ଫଳ ମଧ୍ୟ ଆଣିପାରିଅଛି। ଏହି ବିଦ୍ୟାଳୟର କିଛି ପିଲାଙ୍କ ବିବୃତି ଏହି ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଜଗଦୀଶ ପଣ୍ଡା, ବିଜ୍ଞାନ ଏବଂ ଗଣିତ ଶିକ୍ଷକ ସ୍ନେହାଲ୍ ନନ୍ଦ ପିଲାଙ୍କ ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ପାଇଁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ସୂଚନା ପ୍ରଦାନ କରିଥିଲେ। ଏହି ସ୍କୁଲରେ ବର୍ତ୍ତମାନ ନବମ ଏବଂ ଦଶମ କକ୍ଷର ପ୍ରାୟ ୬୦ ରୁ ଉର୍ଦ୍ଧ ପିଲା ଅଛନ୍ତି। ଏହି ପିଲାଙ୍କ ଭବିଷ୍ୟତ କିପରି ଉଜ୍ଜଳ ହୋଇପାରିବ ଏବଂ ଶିକ୍ଷା କ୍ଷେତ୍ରରେ କିଭଳି ଅଧିକରୁ ଅଧିକ ସକ୍ରିୟ ଭୂମିକା ନିର୍ବାହ କରିବେ ଏହା ପ୍ରତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥେଷ୍ଟ ଯତ୍ନବାନ ରହିଥିବା ଏବଂ ନୂତନ ଶିକ୍ଷା ନୀତି ଅନୁଯାୟୀ ନୂତନ କୌଶଳ ଆପଣେଉ ଥିବା ଶିକ୍ଷା କେନ୍ଦ୍ରର ଇଂରାଜୀ ଏବଂ ଗଣିତ ଶିକ୍ଷକ ନିଜ ବିବୃତି ମଧ୍ୟ ପ୍ରଦାନ କରିଅଛନ୍ତି। ଅପର ପକ୍ଷରେ ଶିକ୍ଷା କେନ୍ଦ୍ରର ଛାତ୍ର ଛାତ୍ରୀମାନେ ମଧ୍ୟ ବିଦ୍ୟାଳୟର ପାଠପଢ଼ାକୁ ନେଇ ଖୁସି ଥିବା ବ୍ୟକ୍ତ କରିଅଛନ୍ତି।