ବିଦ୍ୟୁତ ଆଘାତରେ ଯୁବକ ମୃତ: ବିଧବା ପତ୍ନୀ ଓ ଦୁଇ ଶିଶୁ କନ୍ୟା ଅସହାୟ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରି ପଂଚାୟତ ତେଜିପଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ରାମର ରାଜେଶ୍ୱର ମାଝୀ ଗତ କାଲି ରାତିରେ ଘରେ ଥିବା ଟେବୁଲ ପଙ୍ଖାକୁ ଅନ୍ୟତ୍ର ନେବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଗୁରୁତର ହେବାରୁ ତାଙ୍କୁ ମ.ରାମପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ପରିବାରରେ ମୃତକଙ୍କ ବାପା ମା ଙ୍କ ମଧ୍ୟ ପୂର୍ବରୁ ମୃତ୍ୟୁ ହେଇଥିବା ବେଳେ ଘରର ମୁଖିଆଙ୍କ ପରଲୋକ ପରେ ଏବେ ବିଧବା ପତ୍ନୀ ଏବଂ ଜଣେ ପାଞ୍ଚ ବର୍ଷର ଝିଅ ଆଉ ଜଣେ ଦେଢ଼ ବର୍ଷର ଝିଅ ରହିଛନ୍ତି । ଆଜି ଜିଲ୍ଲା ପରିଷଦ ସଦସ୍ୟ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଏହି ଅସହାୟ ପରିବାରକୁ ୨ ହଜାର ଟଙ୍କା ସହଯୋଗ କରିଥିଲେ । ତେବେ ରାଜେଶ୍ବରଙ୍କ ଅକାଳ ବିୟୋଗ ପରେ ତାଙ୍କ ବିଧବା ପତ୍ନୀ ଓ ଦୁଇ ଝିଅ ଅସହାୟ ହେଇ ପଡିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.