ବାଲେଶ୍ଵର: ପବିତ୍ର ସୁନାବେଶ ଅବସରରେ ବାଲେଶ୍ବର ସହରର ବାଣ୍ଠିଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟିକ କବି ବନ୍ଧୁ ପରିବାରର ପ୍ରଥମ ନୈବେଦ୍ୟ “ଶିଖା” ପତ୍ରିକାର ଶୁଭ ଉନ୍ମୋଚନ ହୋଇ ଯାଇଛି।
ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଡ଼. ରାଧାରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ପ୍ରଣତି ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ରାଜେନ୍ଦ୍ର ଗିରି, ଜୁମରନାଥ ପାତ୍ର, ରତ୍ନାକର ସିଂହ, ରାଜେଶ୍ଵରୀ ପଣ୍ଡା, ସମର ବଲ୍ଲଭ ଭୋଇ, ହରେରାମ ଦାଶ ପ୍ରମୁଖ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ପ୍ରଥମେ ବାଣ୍ଠିଆ ଜଗନ୍ନାଥ ମନ୍ଦିରର ପୂଜକ ମହାପ୍ରଭୁଙ୍କ ପାଖରେ ଶ୍ରୀଫଳ ଓ ପୁଷ୍ପମାଲ୍ୟ ଅର୍ପଣ ସହ “ଶିଖା” ପତ୍ରିକାକୁ ଉତ୍ସର୍ଗ କରିଥିଲେ। ଅତି ଭକ୍ତିଭାବମୟ ପରିବେଶ ତଥା କୋଭିଡ କଟକଣା ମଧ୍ୟରେ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ପରିଶେଷରେ ସାହିତ୍ୟିକ କବି ବନ୍ଧୁ ପରିବାର ତଥା ଶିଖା ପତ୍ରିକାର ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ।