ଜୁନାଗଡ଼ ବେଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ପିଆଇ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜୁନାଗଡ: ଜୁନାଗଡ଼ ସ୍ଥିତ ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ପରିସରରେ ଜୁନାଗଡ଼ ବେଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ବୃକ୍ଷ ରୋପଣ କାରୀମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଶିକ୍ଷକ ସଂଘ, ଜଙ୍ଗଲ ବିଭାଗ, ପିଆଇ କଲେଜ ସମସ୍ତ ଷ୍ଟାଫ, ବେଡ଼ମିଣ୍ଟନ ଆସୋସିଏସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହେଇଥିଲା।


ଏହି ଅବସରରେ ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ଧୀରେନ ପଟ୍ଟନାୟକ, ଜୁନାଗଡ଼ ପୂର୍ବତନ ନଗରପାଳ ମହେଶ ସାହୁ, ପିଆଇ କଲେଜ ବେଡ଼ମିଣ୍ଟନ ଆସୋସିଏସନର ସଭାପତି ସମୀର ସାହୁ, ହିମାଂଶୁ ବରାଡ଼, ସ୍ବରାଜ ପଣ୍ଡା, ମାନସ ସାହୁ, ଅଶୋକ ପଟ୍ଟନାୟକ, ନରେଶ ସୁନାନୀ, ନୀତିଶ ମହାପାତ୍ର, ରଜନୀ କାନ୍ତ ଦାସ, ଲିକୁ ସାବତ, ଶ୍ରୀତମ ସାହୁ, ଶୁମନ ପାଣିଗ୍ରାହୀ, ଦୀପନ ବାଗ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.