କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ପକ୍ଷରୁ ଗିରି ଗୋବର୍ଦ୍ଧନ ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି: କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ପକ୍ଷରୁ ଆଜି ସୁକନାଭଟା ଗିରି ଗୋବର୍ଦ୍ଧନ ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରୀୟ ମହାସଚିବ ପ୍ରମୋଦ ଚୌଧୁରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଜୁଲାଇ ୨୩ରୁ ସାରା ଭାରତରେ ଯାଦବ ମହାସଭା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି କ୍ରମରେ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°. ପ୍ରଦୀପ କୁମାର ବେହେରାଙ୍କ ନିର୍ଦ୍ଦେଶ ଓ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ତତ୍ବାବଧାନରେ କେସିଙ୍ଗା ବ୍ଲକ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯାଦବ ମହାସଭା ଉପସଭାପତି ନୃପରାଜ ଯାଦବ, ଜିଲ୍ଲା ଯୁବ ଯାଦବ ସହ ସମ୍ପାଦକ ତ୍ରିଲକ୍ଷ ନାଏକ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ଆୟୋଜକ କେସିଙ୍ଗା ବ୍ଲକ ଯୁବ ଯାଦବ ସଭାପତି ଅଶୋକ ପୋଢ଼, କେସିଙ୍ଗା ଯୁବ ଯାଦବ ସାଧାରଣ ସମ୍ପାଦକ ସୁରଥ ହେର୍ଣ୍ଣା ଯାଦବ, କେସିଙ୍ଗା ଯୁବ ଯାଦବ ଉପ ସଭାପତି ତ୍ରିପୁର ନାୟକ, କାଣ୍ଡେଲ ଆଞ୍ଚଳିକ କାର୍ଯକାରୀ ସଭାପତି ରମାକାନ୍ତ ଗୌଡ଼, କଶୃପଡ଼ା ଆଞ୍ଚଳିକ ସଭାପତି କ୍ଷିରସିନ୍ଧୁ ବିଶି,

Udyog Nursery
Udyogi Nursery

ପଥର୍ଲା ଆଞ୍ଚଳିକ ସଭାପତି ନରୋତ୍ତମ ଭାଟି, କାଣ୍ଡେଲ ସରପଞ୍ଚ ପଙ୍କଜ ଗୌଡ଼, ମାଠିଆ ଆଞ୍ଚଳିକ ସମ୍ପାଦକ ବେଣୁଧର ପୋଢ଼, ଦେବାର୍ଚ୍ଚନ ଗୌଡ଼, ପ୍ରକାଶ ବନଛୋର, ଧନଞ୍ଜୟ ପୋଢ଼, ନବୀନ ଗୌଡ଼, ଛାୟକାନ୍ତ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆନ୍ତରିକ ଶୁଭେଛା ଜଣାଇବା ସହ ଆୟୋଜକ କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭାର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.