ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ବାଲେଶ୍ବର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତି ମିଳିଛି। ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ତାଙ୍କ କାର୍ଯ୍ୟାଳୟ ଗ୍ରହଣ କରିବା ଦିନ ଠାରୁ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ବର୍ଷ ପାଇଁ ଏଫଏମ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି।
ଏହାପୂର୍ବରୁ ପ୍ରଫେସର୍ ତ୍ରିପାଠୀ, ପର୍ସନାଲ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିଲେସନସିପ୍ (PM&IR), ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ପ୍ରଫେସର ତ୍ରିପାଠୀଙ୍କର ଶିକ୍ଷାନୁଷ୍ଠାନରେ ଦୀର୍ଘ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ସେ ୧୦ଟି ପୁସ୍ତକ ରଚନା କରିବା ସହ ୧୭ ଜଣ ପିଏଚଡି ଏବଂ ୪୦ ଜଣ ଏମ୍.ଫିଲ୍ ଛାତ୍ରଙ୍କର ସଫଳ ଗାଇଡ୍ ରହିଛନ୍ତି।