ରାୟଗଡ ବିଡିଓ ଲକ୍ଷ୍ମୀ ନାରାୟଣଙ୍କ କୁମ୍ଭିକୋଟା,ଗୁମ୍ମା ଓ କେରଡା ଗ୍ରାମ ପଂଚାୟତ ଗସ୍ତ

● ସରକାରଙ୍କ ସମସ୍ତ ଯୋଜନାରେ ଉପକୃତ ହୁଅନ୍ତୁ ଗ୍ରାମବାସୀ : ବିଡିଓ ଲକ୍ଷ୍ମୀ ନାରାୟଣ

ରାୟଗଡ, (ଶିବ ନାରାୟଣ ଗୈାଡ): ଆଦିବାସୀ ବହୁଳ ରାୟଗଡ ଜିଲ୍ଲାର ୧୧ଗୋଟି ବ୍ଳକର ଅନେକ ଦୁର୍ଗମ ଅଂଚଳକୁ ଏଯାଁଏ ଗମନାଗମନର ଠିକ୍ ସୁବିଧା ନ ଥିବାରୁ ଅନେକ କ୍ଷେତ୍ରରେ ବିକାଶର ଧାରା ଅଟକି ରହିଯାଇଛି । ତଥାପି ଜିଲ୍ଳା, ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ଉଦ୍ୟମ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକରେ ଗ୍ରାମବାସୀ ତଥା ହିତାଧିକାରୀମାନେ ଉପକୃତ ହୁଅନ୍ତୁ ବୋଲି ଉଦ୍ୟମ ଜାରି ରଖାଯାଇଛି । ଏହି କ୍ରମରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ )ଲକ୍ଷ୍ମୀ ନାରାୟଣ ସାବତ ଦୁଇ ଦିନରେ ବ୍ଳକର କେରଡା, କୁମ୍ଭିକୋଟା ଓ ଗୁମ୍ମା ପଂଚାୟତର ବିଭିନ୍ନ ଗ୍ରାମଗୁଡିକ ଗସ୍ତ କରି ଅଂଚଳବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝି ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu


ଆଜି ରାୟଗଡ ଜିଲ୍ଳା ସଦର ବ୍ଳକ ଅନ୍ତର୍ଗତ କୁମ୍ଭିକୋଟା ଗ୍ରାମ ପଂଚାୟତ ଅନ୍ତର୍ଗତ ତାୟାଙ୍ଗିରି ଏବଂ ଗୁମ୍ମା ଗ୍ରାମ ପଂଚାୟତର ହାଡିଆ ଗାଁକୁ ରାୟଗଡ ବିଡିଓ ଲକ୍ଷ୍ମୀ ନାରାୟଣ ସାବତ ଗସ୍ତ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ତୟାଙ୍ଗିରି ଗ୍ରାମରେ ଥିବା ୨୨ଘର ପରିବାରର ଘରକୁ ଘର ବୁଲି ସରକାରଙ୍କ ବିଭିନ୍ନ ଯୋଜନାରେ ଗ୍ରାମବାସୀମାନେ ଉପକୃତ ହେଉଥିବା ବିଷୟ ପଚାରି ବୁଝିଥିଲେ । ତୟାଙ୍ଗିରି ଗ୍ରାମରେ ଲୋଭେଲ୍ଟେଜ୍ ସମସ୍ୟା ଲାଗି ରହିଥିବାରୁ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ପରେ ବିଡିଓ ଶ୍ରୀ ସାବତ ଗୁମ୍ମା ପଂଚାୟତର ହାଡିଆ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିଥିଲେ । ଏହି ଗସ୍ତ ସମୟରେ କୁମ୍ଭିକୋଟା ପିଇଓ ନବୀନ ନାୟକଙ୍କ ସମେତ ଗୁମ୍ମା ପଂଚାୟତ ପିଇଓ, ଜିଆରଏସ, ସରପଂଚ ଓ ସରପଂଚ ଏବଂ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଗତକାଲି କେରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସୁଲଭା ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କ ସହିତ ସିଧା ଆଲୋଚନା କରିଥିଲେ । ଯେଉଁମାନେ ସଂପୂର୍ଣ୍ଣ ଘର ନିର୍ମାଣ କାମରେ ବିଳମ୍ବ କରିଥିଲେ ସେହି ହିତାଧିକାରୀମାନଙ୍କ ସହ ବିଳମ୍ବର କାରଣ ସମ୍ବନ୍ଧରେ ପଚାରି ବୁଝିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏହି ଗସ୍ତ ସମୟରେ ପିଇଓ,ଜିଆରଏସ ଓ ନୋଡାଲ ଅଧିକାରୀ ଶ୍ରୀ ଭଟ୍ଟରାୟ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ଯୋଜନାରେ ରାୟଗଡ ବ୍ଳକ ଅଧିନରେ ଥିବା ୨୮ଗୋଟି ପଂଚାୟତବାସୀ ସଂପୃକ୍ତ ହୋଇ ହିତାଧିକାରୀଭାବେ ଉପକୃତ ହୁଅନ୍ତୁ ଏବଂ ଯୋଗ୍ୟ ହିତାଧିକାରୀମାନେ ଯେପରି ବଂଚିତ ହେବ ନାହିଁ ସେଥିପ୍ରତି ଗୁରୁତ୍ୱ ଦେବି ବୋଲି ବିଡିଓ ଶ୍ରୀ ସାବତ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.