ସଂରକ୍ଷିତ ଜଙ୍ଗଲରେ ମାଲିକାନା ବିବାଦ: ପ୍ରଶାସନର ଦ୍ବାରସ୍ଥ ହେଲେ ମାଳିଯୁବାଙ୍ଗ ଓ ବିଜେପୁର ପଞ୍ଚାୟତବାସୀ

ଲାଞ୍ଜିଗଡ଼, (ଦୁଃଖିଶ୍ୟାମ ନାଗ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ମାଳିଯୁବାଙ୍ଗ ଗ୍ରାମ ପଞ୍ଚାୟତର ସୀମାନ୍ତରେ ଥିବା କର୍କଚୁଆଁ ଓ ସିକକପଦର ସଂରକ୍ଷିତ ଜଙ୍ଗଲରେ ପୁରୁଷାନୁକ୍ରମେ ରହି ଆସୁଥିବାବେଳେ ସେମାନେ ଅକ୍ତିଆର କରିଥିବା ଜମିକୁ ଅନ୍ୟ କେତେକ ଲୋକେ ଜବରଦଖଲ କରିବାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏ ନେଇ ଦୁଇ ସପ୍ତାହ ତଳେ ମାଳିଯୁବାଙ୍ଗ, ବିଜେପୁର ତଥା ଲାଖବାହାଲି ଗ୍ରାମପଞ୍ଚାୟତର କେତୋଟି ଗାଁର ଲୋକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବାବେଳେ ଏନେଇ ପୁଲିସ ପାଖରେ ମାମଲା ପହଞ୍ଚିଥିଲା । ମାମଲା ଉଗ୍ର ରୂପ ନେବାରୁ ଲାଞ୍ଜିଗଡ଼ ତହସିଲଦାରଙ୍କ ଉପସ୍ଥିତିରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ତେବେ ବିବାଦର ସମାଧାନ ଓ ସଂରକ୍ଷିତ ଜଙ୍ଗଲର ବିବାଦର ସମାଧାନ ପାଇଁ ତହସିଲଦାର ଓ ବିଜେପୁର ପୁଲିସର ମିଳିତ ପଦକ୍ଷେପ ନିଆଯିବା ସହିତ ବିବାଦର ଆଶୁ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଶାନ୍ତିରକ୍ଷା ପାଇଁ ପୁଲିସ ପକ୍ଷରୁ ଉଭୟପକ୍ଷର ୮ ଜଣଙ୍କ ନାଁରେ ୧୦୭ ଦଫାରେ ମାମଲା ରୁଜୁ କରାଯାଇ ନୋଟିସ୍ ଜାରି କରାଯାଇଥିଲା।ସଂପ୍ରୁକ୍ତ ବ୍ୟକ୍ତିବିଶେଷଙ୍କ ହାଜିରା ଥିବାବେଳେ ବିଜେପୁର ଓ ମାଳିଯୁବାଙ୍ଗ ପଞ୍ଚାୟତର କନକସର୍ପା, ମାଳିଯୁବାଙ୍ଗ, କନ୍ଧଯୁବାଙ୍ଗ, ଖଜୁରଗୁଡ଼ା, କରନମୁଣ୍ଡା, ବେଙ୍ଗଭଟା, ପ୍ରଧାନୀପଡ଼ା, ସିନ୍ଧିଭଟା ଗାଁର ଶତାଧିକ ଲୋକେ ବିଶ୍ବନାଥପୁରସ୍ଥିତ ତହସିଲ କାର୍ଯ୍ୟାଳୟରେ ଫେରାଦ ହେବା ସହିତ ସଂପ୍ରୁକ୍ତ ଜମିରେ ତାଙ୍କର ପୁରୁଷାନୁକ୍ରମେ ହକ୍ ଥିବା ଦର୍ଶାଇଥିଲେ।ଏହାସହିତ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ସାକ୍ଷାତ କରି ସଂପ୍ରୁକ୍ତ ଜମିରେ ତାଙ୍କର ହକ୍ ଥିବା ଦାବି ଉପସ୍ଥାପନ କରିଥିଲେ।ତେବେ ତହସିଲଦାର ଶ୍ରୀ ହୋନ୍ନାଗା ଏହା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହୋଇଥିବାରୁ ବନ ବିଭାଗ ନିକଟରେ ଦାବି ଜଣାଇବାକୁ ପରାମର୍ଶ ଦେଇଥିଲେ।ଏହାପରେ ସମବେତ ଲୋକେ ବିଶ୍ବନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟା ମହାନନ୍ଦଙ୍କୁ ଭେଟି ନିଜର ଦାବି ଜଣାଇଥିବାବେଳେ ଶ୍ରୀ ମହାନନ୍ଦ ରବିବାର ଦିନ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.