● ଶହ ଶହ ହେକ୍ଟର ଜମି ଜଳ ମଗ୍ନ, ଚାଷ ନଷ୍ଟ ହେବାର ଆଶଙ୍କା
● ନିମ୍ନମାନର କାମ ଯୋଗୁଁ ଭୁଷୁଡୁଛି କେନାଲ, ଚିନ୍ତାରେ ଚାଷୀ
କୋକସରା, (ହିରଣ୍ୟ ବେହେରା): ବହୁ ପ୍ରତକ୍ଷିତ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ଚାଷୀଙ୍କୁ ମରୁଡିରୁ ରକ୍ଷା କରିବାକୁ ଅଣଜଳ ସେଚିତ ଅଞ୍ଚଳକୁ ଜଳ ସେଚିତ କରିବା ପାଇଁ ଏ ବର୍ଷ ଠାରୁ କାର୍ଯ୍ୟକାରୀ କରି ପାଣି ଯୋଗେଇ ଦିଆଯାଉଥିଲା। ହେଲେ ଆରମ୍ଭରୁ କେନାଲ ଭାଙ୍ଗି ଯାଇ ଶହ ଶହ ହେକ୍ଟର ଜମି ଜଳ ମଗ୍ନ ହୋଇ ଚାଷ ନଷ୍ଟ ହେବାରେ ବସିଲାଣି। ଲଗାଣ ବର୍ଷା ଓ ନିମ୍ନ ମାନର କାର୍ଯ୍ୟ ଯୋଗୁଁ କୋକସରା, ମାଝୀଗୁଡା ଠାରେ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ଭାଙ୍ଗି ଯିବାରୁ ଶହ ଶହ ହେକ୍ଟର ଜମି ଜଳ ମଗ୍ନ ହେବାରୁ ଚିନ୍ତାରେ ଅଛନ୍ତି ଚାଷୀ। ଇନ୍ଦ୍ରାବତୀ ଉଠାଜଳ ସେଚନ କାର୍ଯ୍ୟକାରି ଯୋଗୁଁ କୋକସରା, ଧର୍ମଗଡ଼ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲ କିନ୍ତୁ ବର୍ତମାନ ଚାଷ ଆରମ୍ଭରୁ କେନାଲ ଭୁଷୁଡି ପଡିବାରୁ ଚିନ୍ତିତ ଅଛନ୍ତି ଚାଷୀ କୂଳ।