ଗୋଲାମୁଣ୍ଡା ବ୍ଲକର ମତ୍ସ୍ୟ ଚାଷୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମ

ଟେମରି (ଜଗଜ୍ଜୀବନ ସା): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମପଞ୍ଚାୟତ ପଣ୍ଡକୁଳ ଗ୍ରାମର ପୋଖରୀ ତୁଠରେ ମତ୍ସ୍ୟଚାଷୀମାନଙ୍କୁ ନେଇ ଏକ ବିକାଶମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ଗୃହ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଡି.ଏଫ.ଓ., ଆଇ.ଏଫ.ଓ., ସିଫାର ନିର୍ଦ୍ଦେଶକ ଓ ତାଙ୍କ ଟିମ ଯୋଗଦେଇଥିବା ବେଳେ ମତ୍ସ୍ୟଚାଷୀ ଅଜିତ ପଧାନ, ପଙ୍କଜ ମୁଣ୍ଡ ତଥା ଅନ୍ୟ ଚାଷୀମାନଙ୍କୁ ନେଇ ମତ୍ସ୍ୟଚାଷ ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏଥିରେ କ୍ୟାପଟେନ ମିଶ୍ର କହିଥିଲେ ଯେ, କଳାହାଣ୍ଡିର ଚାଷୀଭାଇମାନେ ଅକ୍ଲାନ୍ତ ପରିଶ୍ରମ କରି ଭୋକର ଭୂଗୋଳରୁ ଶସ୍ୟ ଶ୍ୟାମଳା କଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଫଳରେ କଳାହାଣ୍ଡି ଆଉ ଗୋଟେ ପାଦ ଆଗକୁ ବଢ଼ିଛି। ମତ୍ସ୍ୟଚାଷରେ ଆଜି ଭାରତବର୍ଷରେ ସୁନାମ ଅର୍ଜନ କରିଛି। ତା ସହ ଡାଲିଜାତୀୟ ଶସ୍ୟ, କପାଚାଷ, ଗୋପାଳନ, ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି କରିଛି। ସିଫା ଓ ତାଙ୍କ ଟିମଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସହଯୋଗ ଲୋଡ଼ିଥିଲେ। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଗୋଲାମୁଣ୍ଡା ଓ ଜୁନାଗଡ ମତ୍ସ୍ୟଚାଷୀମାନଙ୍କ ପାଇଁ ନୂତନ ଟେକ୍ନୋଲୋଜି, ମତ୍ସ୍ୟ ଖାଦ୍ୟ, ବିଭିନ୍ନ ପ୍ରକାର ରୋଗ ନିରାକରଣ ଔଷଧ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସିଫାର ନିର୍ଦ୍ଦେଶକ ଚାଷୀଙ୍କୁ କିପରି ଭଲ ଭାବରେ ମତ୍ସ୍ୟଚାଷର ଉତ୍ପାଦନ ବଢ଼ିପାରିବ, ଭଲ ଲାଭ ପାଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.