ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ମୂଷାନାଳ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ପାଇଁ ନୂତନ କମିଟି ଗଠନ କରାଯାଇଛି। ଏହି ଅବସରରେ ନୂତନ ଭାବେ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଛି। ପୂର୍ବତନ ସଭାପତି ତ୍ରିଲୋଚନ ପାତ୍ର ଏବଂ ସମ୍ପାଦକ ହେମନ୍ତ ଦୋରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହିତ ନୂତନ ସଭାପତି ଏବଂ ସମ୍ପାଦକ ଚୟନ କରାଯାଇଥିଲା। ନୂତନ ସଭାପତି ଭାବେ ନିରଞ୍ଜନ ଦୋରାଙ୍କୁ ଏବଂ ସମ୍ପାଦକ ମନିଷ ମିଶ୍ର, ଉପ ସଭାପତି ମକୁନ୍ଦଦୋରା, କୋଷଧ୍ୟକ୍ଷ ଚନ୍ଦ୍ରମଣି ପାତ୍ରଙ୍କୁ ଚୟନ କରାଯାଇଥିଲା। ସେହିଭଳି ଉପଦେଷ୍ଟା ମଣ୍ଡଳୀରେ ମୀନକେତନ ପରିଛା, ଭାଗିରଥି ଧଙ୍ଗଡାମାଝୀ, କୈଳାଶ ମାଝୀ, ପିନାବାବୁ ଦୋରାଙ୍କୁ ଚୟନ କରାଯାଇଛି।ବୈଠକରେ କମିଟିର ସଭ୍ୟମାନେ ରହି ନୂତନ ସଭାପତି ନିରଂଜନ ଦୋରାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଲେଲି ହରିଜନ, ରାଇ ମାଝୀ, ପିନାବାବୁ ଦୋରା, ଅଲେଖ ସେଠ ଧନେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସର୍ବ ଶେଷରେ ପୂବତନ ସମ୍ପାଦକ ହେମନ୍ତ ଦୋରା ଧନ୍ୟ ବାଦ ଅର୍ପଣ କରିଥିଲେ।
ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in