ମାଁ ହୀରାନୀଳା ଡିଗ୍ରୀ କଲେଜ ଅନିୟମିତତାର ତଦନ୍ତ ଦାବି: ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼: ବିଶ୍ଵନାଥପୁର ସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଏବଂ ଦୁର୍ନୀତି ଚାଲିଆସୁଥିବା ଅଭିଯୋଗ ହୋଇଥିଲା। ସୂଚନା ମୁତାବକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।ଲୋକନାଥଙ୍କ ପୁଅ ସଦାନନ୍ଦ ସାହୁଙ୍କୁ ପିଅନ ଚାକିରୀ ଦେବାକୁ କହି ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ସାହୁ ତିନି ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ବେଳେ ଲୋକନାଥ ୨ ଲକ୍ଷ ପଚାଶ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ଦେବା ପରେ ନିଯୁକ୍ତି ଦେଲେ ସତ କିନ୍ତୁ ଚୁକ୍ତି ଅନୁଯାୟୀ ନିୟମିତ ଦରମା ଦେଲେ ନାହିଁ। ଫଳରେ ସଦାନନ୍ଦ ଚାକିରୀ ଛାଡିବାକୁ ବାଧ୍ୟ ହେଲେ। କିନ୍ତୁ ସେ ଦେଇଥିବା ଟଙ୍କା ମାଗିବାରୁ ଅଧ୍ୟକ୍ଷ ଶ୍ରୀ ସାହୁ ଫେରାଇ ନଥିଲେ। ଏନେଇ ଲୋକନାଥ କଳାହାଣ୍ଡି ଜିଲ୍ଲାପାଳ ଡ଼. ଗାଲାଭି ପରାଗ ହର୍ଷଦଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲାପାଳ ତଦନ୍ତ ପାଇଁ ବିଶ୍ୱନାଥପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱନାଥପୁର ଥାନାରେ କେସ ନଂ ୫୪/୨୦୨୧ରେ ଆଇପିସି ୪୦୬,୪୨୦,୨୯୪ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା।

Omkar Vasthu
Omkar Vasthu


କଳାହାଣ୍ଡି ଜିଲ୍ଲାପାଳ ଚିଠି ନମ୍ବର ୧୧୪୦/୦୧.୦୭.୨୦୨୧ ଅନୁଯାୟୀ ଏହା ଉପରେ ଉପଯୁକ୍ତ ତଦନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱନାଥପୁର ପୁଲିସକୁ ନିର୍ଦ୍ଦେଶ ଜାରି କରିଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଶ୍ୱନାଥପୁର ପୋଲିସ ମହାବିଦ୍ୟାଳୟ ସମସ୍ତ କାଗଜପତ୍ର ଜବତ କରି ତଦନ୍ତ ଚଳାଇ ଥିବା ବେଳେ ଅଧ୍ୟକ୍ଷ ଶ୍ରୀ ସାହୁ ପୋଲିସକୁ ତଦନ୍ତରେ ସହଯୋଗ ନକରି ଫେରାର ହହୋଇଯାଇଥିବା ବେଳେ ଅଧ୍ୟକ୍ଷଙ୍କ ଗିରଫ୍ ଦାବିରେ ଅଭିଭାବକ ଓ ଅଞ୍ଚଳବାସୀ ଗତ ୧୭ ତାରିଖ ଦିନ ବିଶ୍ୱନାଥପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାତ ଦିନ ମଧ୍ୟରେ ଫେରାର ଅଧ୍ୟକ୍ଷଙ୍କୁ ଗିରଫ୍ କରିବାକୁ ନେଇ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଅଞ୍ଚଳବାସୀ ବାରମ୍ବାର ଦାବି ଅଭିଯୋଗ ସତ୍ତ୍ୱେ ଜିଲ୍ଲା ପ୍ରଶାସନ କୋୖଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଯୋଗୁଁ ଏହାକୁ ନେଇ ଧିରେଧିରେ ଜନ ଅସନ୍ତୋଷ ବଢିବାରେ ଲାଗିଥିବାବେଳେ ଶୁକ୍ରବାର ଅବିଭାବକ ଏବଂ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀ କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଏସ୍ ପି ତଥା କଳାହାଣ୍ଡି ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଏସମ୍ପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିଶୀଘ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରଫ୍ ତଥା ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଆର୍ଥିକ ନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରାନଗଲେ ଅବିଭାବକ ଏବଂ ଅଞ୍ଚଳବାସୀ ଆଗାମୀ ଦିନରେ ରାସ୍ତାରୋକ କରିବୁ ବୋଲି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.