ଶାନ୍ତପୁର ପୋଖରୀରୁ ଲାଞ୍ଜିଗଡ଼ର ଯୁବକଙ୍କ ଶବ ଉଦ୍ଧାର: ହତ୍ୟା ସନ୍ଦେହ

କଳାହାଣ୍ଡି/ଲାଞ୍ଜିଗଡ଼: ନର୍ଲା ଥାନା ଶାନ୍ତପୁର ରାସ୍ତା କଡ଼ରେ ଥିବା ପୋଖରୀ (କଟା)ରେ ଜଣେ ଯୁବକଙ୍କ ଶବ ଭାସୁଥିବାବେଳେ ଏହାକୁ ଉଦ୍ଧାର କରିଛି ନର୍ଲା ପୁଲିସ। ଶବଟି ପୋଖରୀରେ ଭାସୁଥିବାଦେଖି ଗାଁ ଲୋକେ ନର୍ଲା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଡି.ଏସ୍.ପି ତଥା ନର୍ଲା ଥାନା ଅଧିକାରୀ ଅଭିଷେକ ପାଣିଗ୍ରାହୀ ନିଜ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନର୍ଲା ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ଶବ ଉଦ୍ଧାର କରିଥିଲା ପୋଲିସ। ତଦନ୍ତ ପରେ ଶବଟି ଲାଞ୍ଜିଗଡ଼ ସ୍ଥିତ ଆଶ୍ରମ ପଡାର ଦୟା ମୁଣ୍ଡା(୪୭)ଙ୍କର ବୋଲି ଜଣା ପଡିଥିଲା। ଦୟାଙ୍କ ଶରୀର ସଂପୂର୍ଣ୍ଣ ଉଲଗ୍ନ ଭାବେ ଉଦ୍ଧାର କରାଯାଇଥିବାବେଳେ ତାଙ୍କ ମୁହଁର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସନ୍ଦେହ ସୃଷ୍ଟି ହେଉଥିବାବେଳେ ଏ ନେଇ ନର୍ଲା ଥାନା କେସ୍ ନଂ ୧୩/୨୦୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

ତେବେ ପ୍ରାପ୍ତ ସୂଚନା ଆଧାରରେ, କିଛିଦିନ ତଳେ ଦୟା ନିଜ ପତ୍ନୀ ଶାନ୍ତି ମୁଣ୍ଡାଙ୍କ ସହିତ ନିଜ ଶଶୁର ଘର ମ. ରାମପୁରକୁ ଯାଇଥିଲେ। ସ୍ତ୍ରୀ ଶାନ୍ତିର ମା’ ଘରେ ଦୟାର ଦୁଇ ଗୋଟି ପୁଅ ଓ ଝିଅ ରହୁଥିଲେ। ସେମାନଙ୍କର ସ୍କୁଲରେ ନାମ ଲେଖା ହେବ ବୋଲି ସ୍ତ୍ରୀ ଶାନ୍ତି ସ୍ୱାମୀ ଦୟାକୁ ଡ଼ାକି ନେଇଥିଲେ। ଗତ ୨ ତାରିଖ ଦିନ ମ. ରାମପୁର ଠାରୁ ଫେରି ଛତିକୁଡାରେ ନିଜ ଶାଳି ଘରେ ରହିଥିଲେ। ୩ ତାରିଖ ସକାଳେ ସ୍ତ୍ରୀ ଶାନ୍ତି ଛତିକୁଡାଠାରୁ ଲାଞ୍ଜିଗଡ଼ ଆଶ୍ରମ ପଡା ଘରକୁ ଫେରି ଆସି ୨ ତାରିଖ ରାତିରୁ ସ୍ୱାମୀ ଦୟା କୁଆଡେ ପଳାଇ ଯାଇଥିବା ନିଜ ପୁତୁରାକୁ ପ୍ରକାଶ କରିଥିଲେ।ଆଜି ଦୟା ମୃତ ଦେହ ପୋଖରୀରୁ ଉଦ୍ଧାର କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡିରୁ ଲିଙ୍ଗରାଜ ମିଶ୍ରଙ୍କ ସହ ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.