ବୋନସ ପକାଇବା ପାଇଁ ଲାଞ୍ଚ ମାଗୁଛନ୍ତି ବିପିସି: ଆବାସ ହିତାଧିକାରୀ ଆଣିଲେ ଅଭିଯୋଗ

କଳାହାଣ୍ଡି, (ନବୀନ କିଶୋର ସାହୁ): ପ୍ରଧାନମନ୍ତ୍ରୀ ଆବାସ ଘର ଓ ବିଜୁ ପକ୍କା ଘର ଯୋଜନା ସରକାରଙ୍କ ଏକ ଜନପ୍ରିୟ ଯୋଜନା। ତେବେ କର୍ଲାମୁଣ୍ଡା ବ୍ଲକରେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଶିଘ୍ର ଘର ନିର୍ମାଣ ସମାପ୍ତ କରିମଧ୍ୟ ଲାଞ୍ଚ ଦେଇପାରୁନଥିବାରୁ ଅଟକି ରହୁଛି ବୋନସ ଟଙ୍କା। ଏନେଇ ଗରିବ ହିତାଧିକାରୀମାନେ ମାନସିକ ସନ୍ତାପ ମଧ୍ୟରେ ରହୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରକାର ଯୋଗାଉଥିବା ପ୍ରୋତ୍ସାହନ ରାଶି ୨୦ ହଜାର ଟଙ୍କା ଦେଉଥିବା ବେଳେ ବିପିସି ସିଧାସଲଖ ହିତାଧିକାରୀ ମାନଙ୍କୁଠାରୁ ୩ରୁ ୪ ହଜାର ଭିତରେ ଲାଞ୍ଚ ମାଗୁଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ରେଙ୍ଗାଲି ଗ୍ରାମର ଚିତ୍ରସେନ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ପ୍ରଥମ କିସ୍ତି ୧୭/୧୦/୨୦ରେ ୨୦ ହଜାର, ଦ୍ବିତୀୟ କିସ୍ତି ୨୦/୧୦/୨୦ରେ ୩୫ ହଜାର, ତୃତୀୟ କିସ୍ତି ୩/୧୨/୨୦ ରେ ୪୫ ହଜାର ଓ ଶେଷ କିସ୍ତି ୨୮/୧୨/୨୦ ରେ ୩୦ ହଜାର ପାଇଛନ୍ତି ମାତ୍ର ୨ ମାସ ୧୨ ଦିନ ମଧ୍ୟରେ ଘର ତିଆରି କରିଥିଲେ ମଧ୍ୟ ସେ ପାଇ ନାହାନ୍ତି ବୋନସ ଟଙ୍କା। ଏପଟେ ଆବାସ ଘର ତିଆରି କରିବାରେ ୪ ମାସ ଭିତରେ ଘର ସଂପୂର୍ଣ୍ଣ କଲେ ହିତାଧିକାରୀ ପ୍ରୋତ୍ସାହନ ରାଶି ବାବଦରେ ୨୦ ହଜାର ଟଙ୍କା ପାଇବାର ନିୟମ ରହିଛି। ବୋନସ ଟଙ୍କା ପାଇବା ପାଇଁ ସଂପୃକ୍ତ ହିତାଧିକାରୀ ଚିତ୍ରସେନ ସାହୁ ବାରମ୍ବାର ନାଁ ଦଉଡ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ। ବିପିସି ପ୍ରୋତ୍ସାହନ ରାଶି ଦେବାପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଛନ୍ତି ଚିତ୍ରସେନ। ତେବେ ଲାଞ୍ଚ ଟଙ୍କା ଦେବାକୁ ଅକ୍ଷମ ଥିବାରୁ ତାଙ୍କୁ ଆବାସ ଗୃହର ପ୍ରୋତ୍ସାହନ ରାଶି ଦିଆଯାଇନଥିବା ସେ ପ୍ରକାଶ କରିଛନ୍ତି। ପ୍ରୋତ୍ସାହନ ରାଶି ଦେବା ବଦଳରେ ବିପିସି ଟଙ୍କା ମାଗିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି। ତେବେ ବିପିସିଙ୍କ କାର୍ଯ୍ୟ କଳାପ ଉପରେ ପ୍ରଶାସନ ପାଖରେ କେମିତି ଖବର ନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Udyog Nursery
Udyogi Nursery

ପୂର୍ବରୁ କର୍ଲାମୁଣ୍ଡା ବ୍ଲକ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ହେରଫେର କରି ଚଞ୍ଚକତା କରିଥିବା ୪୫ ହଜାର ଟଙ୍କା ଫେରି ପାଇଥିଲେ ଅନ୍ୟଜଣେ ଆବାସ ହିତାଧିକାରୀ ନିରଞ୍ଜନ ଭୋଇ। ତେବେ ଦୋଷୀ ବିରୋଧରେ ବ୍ଲକ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.