ମାଁ ହୀରାନୀଳା ମହାବିଦ୍ୟାଳୟରେ ମହାଦୁର୍ନୀତି: ଧିରେ ଧିରେ ଫିଟୁଛି ଗୁମର

● ଆରମ୍ଭ ହେଲା ସ୍ବତନ୍ତ୍ର ଅଡ଼ିଟ୍

ଲାଞ୍ଜିଗଡ଼: ବିଶ୍ବନାଥପୁର ସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଦୀର୍ଘଦିନ ଧରି ଚାଲିଥିବା କେଳେଙ୍କାରୀର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି। ଏହି ମହାବିଦ୍ୟାଳୟର ଦୁର୍ନୀତି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୁମ୍ବିତୋଫାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାବିଦ୍ୟାଳୟର ମହାଦୁର୍ନୀତି ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଅଞ୍ଚଳବାସୀ ଜିଲ୍ଲାପାଳ, ଏସପିଙ୍କ ସମେତ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ଓ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାକୁ ଗୁରୁତର ସହ ପ୍ରଶାସନ ନେଇଥିବାବେଳେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମହାବିଦ୍ୟାଳୟ ଦୁର୍ନୀତିର ତଦନ୍ତ ଜୋର ଧରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଥମେ ଫେରାର ଅଧ୍ୟକ୍ଷଙ୍କ କୋଠରୀର ତାଲା ଭଙ୍ଗାଯାଇ ଜରୁରି କାଗଜପତ୍ର ଜବତ କରିଥିଲା ବିଶ୍ବନାଥପୁର ପୋଲିସ।

Omkar Vasthu
Omkar Vasthu


ଜିଲ୍ଲାପାଳ, ଏସପିଙ୍କ ନିର୍ଦ୍ଦେଶ ଓ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶୁକ୍ରବାର ଏକ ସ୍ବତନ୍ତ୍ର ଅଡ଼ିଟ୍ ଟିମ୍ ମହାବିଦ୍ୟାଳୟରେ ପହଞ୍ଚିବା ସହିତ ମହାବିଦ୍ୟାଳୟର ସମସ୍ତ ଆର୍ଥିକ ଅନିୟମିତତା ଓ ବେଆଇନ୍ ନିଯୁକ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି। କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର କ୍ୟାପଟେନ ଜୟଦେବ ସାହୁ, କଳାହାଣ୍ଡି ସ୍ବତନ୍ତ୍ର ଅଡ଼ିଟର ଜୟକ୍ରୁଷ୍ଣ ପଣ୍ଡା, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ସୁଦର୍ଶନ ରାଉତ ପ୍ରମୁଖ ମହାବିଦ୍ୟାଳୟର ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହିତ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଯାଞ୍ଚ ସମୟରେ ମହାବିଦ୍ୟାଳୟରେ ବ୍ୟାପକ ଧରଣର ଦୁର୍ନୀତି ଓ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଛି। ତଦନ୍ତ ସମୟରେ ମହାବିଦ୍ୟାଳୟରେ ଅନେକ ଦୁର୍ନୀତି ହୋଇଥିବାବେଳେ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ସଂଖ୍ୟାଧିକ କର୍ମଚାରୀଙ୍କୁ ବେଆଇନ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna


ସେହିପରି ମହାବିଦ୍ୟାଳୟରେ କେସ୍ ରେକର୍ଡ ସମେତ କୌଣସି କାଗଜପତ୍ର ଠିକ୍ ନଥିବା ଓ ଏଥିରେ ମାତ୍ରାଧିକ ହେରଫେର ହୋଇଥିବା ଅଡ଼ିଟ ଟିମ୍ ଦେଖିବାକୁ ପାଇଥିଲେ। ଏହି ମହାବିଦ୍ଯାଳୟରେ ଦୀର୍ଘ ବର୍ଷ ହେଲା କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାବେଳେ ବିନା ବିଜ୍ଞାପନରେ ବିନା ଯୋଗ୍ୟତାଧାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗର ପ୍ରମାଣ ଅଡ଼ିଟ ଟିମ୍ ହାତରେ ପଡ଼ିଥିବା ଜଣାପଡିଛି। ମହାବିଦ୍ୟାଳୟରେ ଅଡ଼ିଟ ଟିମ୍ ସହିତ ବିଶ୍ବନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ମଧ୍ୟ ଆଜି ସାମିଲ ହୋଇଥିଲେ। ତଦନ୍ତ ପ୍ରକ୍ରିୟା ଠିକ୍ ଦିଗରେ ଚାଲିଥିବାବେଳେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ଆଜି ଅଡ଼ିଟ୍ ଟିମ୍ ଙ୍କ ଗସ୍ତ ସମୟରେ ମାଁ ହୀରାନୀଳା ସଂଗ୍ରାମ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.