ବିପର୍ଯ୍ୟସ୍ତ ଅବସ୍ଥାରେ ଲାଞ୍ଜିଗଡ଼ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଲାଞ୍ଜିଗଡ଼: ରାଜାରାଜୁଡ଼ା ଅମଳରୁ ଜମିଜମା ରେକର୍ଡ ସଂରକ୍ଷଣ ସହିତ ବନ୍ଦୋବସ୍ତରେ ଲାଞ୍ଜିଗଡ଼ ତହସିଲ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଆସିଛି। କିନ୍ତୁ ବର୍ତ୍ତମାନର ସମୟରେ ବହୁ ମୂଲ୍ୟବାନ ଜମି ଓ ରେକର୍ଡ ପତ୍ର ସଂରକ୍ଷଣ ଦାୟିତ୍ୱରେ ଥିବା ଲାଞ୍ଜିଗଡ଼ ତହସିଲ ଅଞ୍ଚଳରେ ଥିବା ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟଗୁଡିକର ଦୁର୍ଦ୍ଦଶା ଦେଖିଲେ ଆଖିକୁ ବିଶ୍ବାସ ଲାଗୁନାହିଁ। ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ସବୁ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଏବେ ଭଙ୍ଗା ଦଦରା ହୋଇ ପଡିରହିଛି। ମରାମତି, ନୂତନ କାର୍ଯ୍ୟଳୟ ଗୃହ ନିର୍ମାଣ ଅଭାବରୁ ତହସିଲର ଏକାଧିକ ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଏବେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି। ସେଥିମଧ୍ୟରୁ ଲାଞ୍ଜିଗଡ଼ରେ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବିପଦଶଙ୍କୁଳ ଅବସ୍ଥାରେ ଥିବାବେଳେ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟାଳୟରେ ବସୁଛନ୍ତି। ଶତାଧିକ ବର୍ଷର ଭଙ୍ଗା ଦଦରା ଓ ବିପଦ ସଂକୁଳ ରାଜସ୍ଵ ବଙ୍ଗଳାରେ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ସହିତ ଲାଞ୍ଜିଗଡ଼ ଓ ନଙ୍ଗଳବେଡା ରାଜସ୍ଵ ନୀରିକ୍ଷକଙ୍କ କାର୍ଯ୍ୟ କରୁଛି। ନଙ୍ଗଳବେଡା ଠାରେ ଥିବା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ବିପଦସଂକୁଳ ଘୋଷଣା କରାଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଏଠାରେ ନୂତନ କାର୍ଯ୍ୟଳୟ ପାଇଁ କୈାଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ବିଶ୍ଵନାଥପୁର ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବାରମ୍ବାର ମରାମତି ସ୍ବାତେ ଅବସ୍ଥା ସୁଧୁରୁନଥିବାରୁ ବିଶ୍ଵନାଥପୁର ଠାରେ ଥିବା ପୁରୁଣା ତହସିଲ କାର୍ଯ୍ୟାଳୟରେ ଏହା କାର୍ଯ୍ୟ କରୁଛି। ସେହିପରି ସ୍ଥାନାଭାବରୁ ବିଜେପୁର ଓ ବନ୍ଧପାରି ରାଜସ୍ବ କାର୍ଯ୍ୟାଳୟ ମଧ୍ୟ ପୁରୁଣା ତହସିଲ କାର୍ଯ୍ୟାଳୟରେ ଚାଲୁଥିବା ବେଳେ ବିଜେପୁର ଓ ବନ୍ଧପାରି ଅଞ୍ଚଳର ଲୋକେ ଯେ କୌଣସି କାର୍ଯ୍ୟପାଇଁ ବାରମ୍ବାର ବିଶ୍ଵନାଥପୁର ଦୌଡିବା ସାର ହେଉଛି। ଲାଞ୍ଜିଗଡ଼ରୋଡ଼ରେ ଥିବା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ କୈାଣସି ପଦକ୍ଷେପ ନିଆଯାଇନାହିଁ। କମର୍ଦ୍ଧାଠାରେ ନୂତନ କାର୍ଯ୍ୟଳୟ ଗୃହ ନିର୍ମାଣ ହୋଇଛି ସତ କିନ୍ତୁ ଚାରିବର୍ଷ ହେଲା ଠିକାଦାର ଜଣକ କାମସାରି ହସ୍ତାନ୍ତର କରିନଥିବାରୁ ଆଜିଯାଏଁ ପଞ୍ଚାୟତ କାର୍ଯ୍ୟାଳୟରେ ଏହା କାର୍ଯ୍ୟ କରୁଛି। ଭଟାଙ୍ଗପଦର ଓ ମୂଷାନାଳ ଠାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଦ୍ଵାରା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଥିବାବେଳେ ଏହା ସେଠାକାର ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି। ଯେଉଁଠି ରାଜସ୍ଵ ନୀରିକ୍ଷକଙ୍କ ଓ ସେମାନଙ୍କ କାର୍ଯ୍ୟଳୟ ସୁରକ୍ଷିତ ନୁହେଁ ସେଇଠି ଲୋକଙ୍କ ଜମିଜମାର ରେକର୍ଡପତ୍ର କେତେଦୂର ସୁରକ୍ଷିତ ରହିବ ଏ ନେଇ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଏଥିପ୍ରତି ରାଜ୍ୟ ସରକାର ତଥା ରାଜସ୍ଵ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.