ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବାଙ୍ଗି ଛକ ଠାରୁ ବାଙ୍ଗି ଗ୍ରାମ ପର୍ଯ୍ୟନ୍ତ ବିବାଦୀୟ ରାସ୍ତାର ଜନ ଶୁଣାଣି କରିବା ପାଇଁ ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ କୁମାର ଆସିଥିଲେ ଉପଜିଲ୍ଲାପାଳ ସେହି ସ୍ଥାନରୁ ଫେରିବା ସମୟରେ ବାଙ୍ଗି ଛକ ନିକଟରେ ଦେଉଳା ଗ୍ରାମର ଲୋକମାନେ ଗ୍ରାମର ହେଉଥିବା ଜଳକଷ୍ଟ ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଦେବା ସହ ପ୍ରଶାସନଙ୍କ ପାଖରେ ଏହି ବିଷୟ ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ଗାଁର ଜଳ ସମସ୍ୟାର ସମାଧାନ ହୋଇ ପାରିନାହିଁ ବୋଲି କହିଥିଲେ।ଏହା ବ୍ୟତୀତ ବାଙ୍ଗି ଛକ ନିକଟରେ ବାସ କରୁଥିବା ସାହିର ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନ ଧରି ପୋତା ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଚାର୍ଜ କରାଯାଇ ପାରିନାହିଁବୋଲି ବାଙ୍ଗି ଛକ ବାସିନ୍ଦା ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ଅଭିଯୋଗ ପତ୍ର ଦେଇ ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମାଧାନ କରିବା ନିମନ୍ତେ ଦାବି କରିଥିଲେ। ଏହି ଦାବି ପତ୍ର ପ୍ରଦାନ ସମୟରେ ରାୟଗଡା ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଅମିତ କୁମାର ମହାରଣା,ବିଜେଡି କର୍ମୀ ମୁକୁନ୍ଦ ପାଣି, ହେମନ୍ତ ପାଲାକାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।