ରାସ୍ତା ଖରାପ ଯୋଗୁଁ ଗାଁକୁ ଗଲାନି ଆମ୍ବୁଲାନ୍ସ, ୩କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ୍ କମର୍ଦ୍ଧା ଗ୍ରାମ ପଞ୍ଚାୟତ ସ୍ଥିତ ମଦାଙ୍ଗଦୁନି ଗାଁର ଜଣେ ପ୍ରସୂତି ମହିଳା ଦିର୍ଘ ତିନି କିଲୋମିଟର ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇ ସେଠାରୁ ଡାକ୍ତରଖାନା ଯାଇଛନ୍ତି। କଚ୍ଚା ରାସ୍ତା ଯୋଗୁଁ ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ତେଣୁ ଘରଲୋକ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବାକୁ ବାଦ୍ଧ୍ୟ ହୋଇଛନ୍ତି। ପ୍ରାପ୍ତ ସୂଚନା ଆଧାରରେ ମଦାଙ୍ଗଦୁନି ଗାଁର ମୋହନ ମାଝୀଙ୍କ ସ୍ତ୍ରୀ ଇନ୍ଦୁମତିଙ୍କ ଗର୍ଭଯନ୍ତ୍ରଣା ହେବାରୁ ଗାଁର ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ୧୦୮ ଆମ୍ବୁଲାନ୍ସ ଆସିଲା ସତ ତେବେ ଗାଁକୁ କଚ୍ଚା ରାସ୍ତା ଯୋଗୁଁ ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନେଇହେବ ନାହିଁ ବୋଲି କହିଥିଲେ। ଫଳରେ ମଦାଙ୍ଗଦୁନି ଗାଁରୁ ପିପଲପଡା ଗାଁ ପର୍ଯ୍ୟନ୍ତ ତିନି କିଲୋମିଟର ଖଟିଆରେ ବୋହି ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ପରିବାର ଲୋକେ ଓ ଆଶାକର୍ମୀ। ଏହି ଅଭାବନୀୟ ଦୃଶ୍ୟଟି ଆମକୁ ବାରମ୍ବାର ଚେତାଇ ଦେଉଛି ଆମେ ଏବେବି କେତେ ପଛରେ ଅଛୁ। ଗର୍ଭବତୀ ମହିଳାମାନେ ଆଜି ବି ଅସହ୍ୟ ଯନ୍ତ୍ରଣା ଭୋଗକରୁଛନ୍ତି। ରାସ୍ତା ଖଣ୍ଡେ ଳ ନଥିବାରୁ ମଦାଙ୍ଗଦୁନି ଗାଁର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତେଣୁ ଅତିଶିଘ୍ର ରାସ୍ତା ନିର୍ମାଣ ପାଇଁ ମଦାଙ୍ଗଦୁନି ଗ୍ରାମବାସୀ ଦାବି କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.