“ସ୍ୱାଧୀନ” ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ: ଦେଖନ୍ତୁ, ଦେଶର ୧୫ଜଣ ଖ୍ୟାତନାମା ଚିତ୍ରକରଙ୍କ ସୁନ୍ଦର କଳାକୃତି

ବାଲେଶ୍ଵର: ଇଷ୍ଟର୍ନ ଫାଉଣ୍ଡେସନର ୧୫ ଜଣ ସଭ୍ୟଙ୍କ ଦ୍ୱାରା ଅନଲାଇନ ଦୃଶ୍ୟକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି ।ସ୍ୱାଧୀନତାର୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ଏହି ପ୍ରଦର୍ଶନୀରେ ଛବି, ମୁଦ୍ରଣ କଳା, ଛାୟାଚିତ୍ର, ଇଂସ୍ଟଲସନ ଆର୍ଟ ପ୍ରଭୃତି ସ୍ଥାନ ପାଇଥିଲା।

Omkar Vasthu
Omkar Vasthu


ଏହି ଚିତ୍ରକଳା ପ୍ରଦର୍ଶନୀକୁ ବରିଷ୍ଠ ଚିତ୍ରକର ତଥା ଓଡିଶା ଲଳିତକଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଉଦ୍ଘାଟନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ସେ କହିଥିଲେ ଯେ, ଆର୍ଟ କେବଳ ଘର ସଜାଇବା ଉପକରଣ ନୁହେଁ ବରଂ ଏହା ଶିଳ୍ପୀକୁ ପରିଚୟ ପ୍ରଦାନ କରିଥାଏ, କଳା ସମାଜ କୁ ଦିଗଦର୍ଶନ ଦେଇଥାଏ।

Udyog Nursery
Udyogi Nursery


ଏହି ପ୍ରଦର୍ଶନୀ ରେ ଭାଗନେଇଥିବା ସଭ୍ୟ ମାନେ ହେଲେ ଆର୍ଯ୍ୟପ୍ରଜ୍ଞା ବାସବଦୂତ(ବାଲେଶ୍ୱର), ଦେବଦତ ସାହୁ (ଓଡିଶା), ଦିଲୀପ ମଲ୍ଲିକ(ଓଡିଶା), ଡ଼ଃ ନୀରଜା ପୀଟର(ନିଉ ଦିଲ୍ଲୀ), କାମିନିକାନ୍ତ ସ୍ୱାଇଁ(ବୋକାରୋ), କେଶବ ବର୍ଣ୍ଣଟି (ରାଜସ୍ଥାନ),


କିଶୋର ନାୟକ (ବାଲେଶ୍ୱର), ମନୋଜ ସଂଢ(ଯୋଧପୁର), ନୃସିଂହ ଚରଣ ଓଝା (ବାଲେଶ୍ୱର) ପ୍ରଦୀପ୍ତ କିଶୋର ଦାସ (ଯୋଧପୁର), ସଂଗୀତ ସାମନ୍ତରାୟ (ବାଲେଶ୍ୱର), ସୁଧାକର ସେଠି (ନିଉ ଦିଲ୍ଲୀ ),

ସ୍ଵାତି ଜୈନ(ଭୋପାଲ), ଟିକମ ଖଣ୍ଦପ୍ପା (ରାଜସ୍ଥାନ), ୟତ୍ହୀଶ କାସରଗଡ଼ (କେରଳ) ଏହି ପ୍ରଦର୍ଶନୀ ସାମାଜିକ ଗଣମାଧ୍ୟମରେ ବହୁ ପ୍ରଶଂସିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.