ଲାଞ୍ଜିଗଡ: ନିୟମଗିରି ପାଦଦେଶରେ ଥିବା ମାଓପ୍ରବଣ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମ ସଭାର ଆୟୋଜନ କରିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ। ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ବାଧିନତା ଦିବସ ପାଳନ ପରେ ପରେ ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜନ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ଅବସରରେ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ଦ୍ର ମାଝୀ ସଭାପତିତ୍ବ କରିଥିବାବେଳେ ଗ୍ରାମ ପଞ୍ଚାୟତ ନିର୍ବାହ ଅଧିକାରୀ ଗ୍ରାମ ରୋଜଗାର ସେବକଙ୍କ ସମେତ ବିଭିନ୍ନ ବ୍ଲକ ସ୍ତରୀୟ ଏବଂ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଗ୍ରାମ ସଭାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିଥିବା ଜଣାପଡିଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in